STORYMIRROR

Niranjan Sahu

Inspirational Others

2  

Niranjan Sahu

Inspirational Others

ପୁରୁଷର ଦୁଃଖ

ପୁରୁଷର ଦୁଃଖ

1 min
14K


ପୁଅ ପିଲାଟିଏ ଖୁସିରେ ଥାଏ

ମାଆ ବାପାଙ୍କର ପାଖେ

ଚାଲିବା ଖେଳିବା କହିବା ବଞ୍ଚିବା

ମାଆ ବାପାଙ୍କଠୁଁ ଶିଖେ...

ମାଆ ବାପା ନିଜ ଦାୟିତ୍ଵ ଭାବି

ବୋହୁ ଟିଏ ଆଣିଦେଲେ

ସେହି ଦିନ ଠାରୁ ନିଜର ପୁଅକୁ

ଅନ୍ୟ ହାତେ ଟେକିଦେଲେ...

ମାଇପ କହିଲା ମୋ ଘଇତା ବୋଲି

ମା’ କହେ ମୋର ପୁଅ

ବିଚରା ପୁଅଟା ହନ୍ତସନ୍ତ ହେଲା

ଆଖିରୁ ଗଡେଇ ଲୁହ..

ମାଇପ କହୁଛି ମୋ ଘଇତାଟା

ମାଆ ବୋଲ କରା ହେଇଛି

ମାଆ କହୁଅଛି ମୋ ପୁଅଟା

ମାଇପ କଥାରେ ନାଚୁଛି....

ପୁରୁଷ ବାପୁଡା ରୋବର୍ଟ ଭଳିଆ

ଏଣେ ତେଣେ ଘୁରି ବୁଲୁଛି

ଏଣେ ବ୍ରହ୍ମହତ୍ୟା ତେଣେ ଗୋହତ୍ୟା

କ’ଣ କରିବ ଭାବୁଛି....

ବାପା ମାଆ ଭାଇ ଭଉଣୀ ଓ ସ୍ତ୍ରୀ

ପୁଅ କୁ ହିଁ ଦୋଷ ଦିଅନ୍ତି

ପୁରୁଷ ବାପୁଡା ମନେମନେ କାନ୍ଦେ

ତାର ଦୁଃଖ କେ ନଦେଖନ୍ତି...

ସ୍ତ୍ରୀ ଲୋକଟିଏ ପାଟିକରି କାନ୍ଦେ

ଗାଁ ଲୋକ ସବୁ ଜାଣନ୍ତି

ପୁରୁଷ ବାପୁଡା ମନେମନେ କାନ୍ଦେ

କିଏ ବୁଝିବାକୁ ନାହାନ୍ତି....

ନିରଞ୍ଜନ ସାହୁ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational