STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ପୁରୁଷୋତ୍ତମ୍ ତୁମେ ରାମ

ପୁରୁଷୋତ୍ତମ୍ ତୁମେ ରାମ

1 min
762


ପାଷାଣ ଅହଲ୍ୟା ଯା ପାଦେ ଉଠିଲା

ତାରକା ଅସୁରି ଯା ହାତେ ତରିଲା

ଯାହାର ନାମ ପୁରୋଷୋତ୍ତମ 

     ତୁମେ ପରା ସେଇ ରାମ(୧)

ପୁଣ୍ୟ କଲା କୈବର୍ତ୍ତ ଯା ପାଦ ଧୋଇ

ଧନ୍ୟ ହେଲା ଶବରୀ ଯାହାକୁ ଖୁଆଇ

ଯାହାର ନାମ ପୁରୁଷୋତ୍ତମ 

   ତୁମେ ପରା ସେଇ ରାମ(୨)

ଯା ନାମ ଧରି ହନୁ ସିନ୍ଧୁ ଲଙ୍ଘି ଗଲେ

ଗନ୍ଧମାର୍ଦ୍ଧନକୁ ଉଠାଇ ଆଣିଲେ

ଯାହାର ନାମ ପୁରୁଷୋତ୍ତମ

    ତୁମେ ପରା ସେଇ ରାମ(୩)

ଯା ନାମେ ସାଗରେ ସେତୁ ବନ୍ଧା ହେଲା

ପଥର ବି ଜଳରେ ବୁଡି ନ ପାରିଲା

ଯାହାର ନାମ ପୁରୁଷୋତ୍ତମ 

   ତୁମେ ପରା ସେଇ ରାମ(୪)

ପୁତ୍ର ରୂପେ ପାଇଲେ କୌଶଲ୍ୟା ହରି

ଶିବଧନୁ ଭାଙ୍ଗିଲେ କୋଦଣ୍ଡ ଧାରି

ଯାହାର ନାମ ପୁରୁଷୋତ୍ତମ

   ତୁମେ ପରା ସେଇ ରାମ(୫)

ରଘୁ ବଂଶୀ ହୋଇ ପିତୃ ସତ୍ୟ ପାଳିଲ

ରାବଣ ବିନାଶୀ ସୀତାଙ୍କୁ ଆଣିଲ

ଯାହାର ନାମ ପୁରୁଷୋତ୍ତମ 

   ତୁମେ ପରା ସେଇ ରାମ(୬)

ବାଲ୍ମୀକି ଯା ନାମେ ସନ୍ଥ ହେଲେ

ତରି ଯିବ. ଜୀବ ସେଇ ନାମକୁ ଧରିଲେ

ଯାହାର ନାମ ପୁରୁଷୋତ୍ତମ

   ତୁମେ ପରା ସେଇ ରାମ(୭)

ମାନବ ରୂପେ ମତ୍ତେ ଲୀଳା କରିଲ

ସତ୍ୟ ଧର୍ମ ନ୍ୟାୟକୁ ସ୍ଥାପନା କଲ

ଯାହାର ନାମ ପୁରୁଷୋତ୍ତମ

   ତୁମେ ପରା ସେଇ ରାମ(୮)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational