STORYMIRROR

Kulamani Sarangi

Classics Others

2  

Kulamani Sarangi

Classics Others

ପୁରୁଷୋତ୍ତମ ଦେବ (ଭାଗ - ୭)

ପୁରୁଷୋତ୍ତମ ଦେବ (ଭାଗ - ୭)

1 min
9.1K


(ଐତିହାସିକ କାବ୍ୟଖଣ୍ଡ)


ବାହାମନି ସୁଲତାନ ସଙ୍ଗେ ମିଶି

ଏଣେ ହମ୍ବିର କୁମାର,

ମାଡିବସିଥିଲେ ଉତ୍କଳର ଅର୍ଦ୍ଧେ-

ରାଜ୍ୟ କରି ଅଧିକାର ।

ନିଜକୁ ନାମକୁ ଗଜପତି କହି

ହମ୍ବିର ଲଭିଲେ ତୋଷ,

ବାହାମନି ଅଧୀନରେ ରହି ତାଙ୍କୁ

ଦେଉଥିଲେ ପେସକସ।

ଦୁଇ ସିଂହପରି ଦୁଇ ରାଜପୁତ୍ର

କପିଳେନ୍ଦ୍ର ଦେବଙ୍କର,

ଲଢିଲେ ଏପରି ଦୀର୍ଘ ଚାରିବର୍ଷ

ଧରା ହେଲା ଥରହର।

ପୁରସ୍ତମେ ଥାପି ନିଜ ରାଜଧାନୀ

ପୁରୁଷ ମଉଡମଣି,

ରାଜ୍ୟ ଉତ୍ତରାରାର୍ଦ୍ଧ କରନ୍ତି ଶାସନ

କୁଶଳେ ଉତ୍କଳ ମଣି।

ଯୁଦ୍ଧେ ଶ୍ରାନ୍ତ,କ୍ଳାନ୍ତ ମନ,ଅବୟବ

ରଣ ହେଉନାହିଁ ଶେଷ,

ଚିନ୍ତାରେ ସର୍ବଦା, କିପରି ପାଇବେ-

ଫେରି ରାଜ୍ୟ ଅବଶେଷ।

ଦିନେ କ୍ଳାନ୍ତମନେ ପ୍ରାସାଦ ପ୍ରାଙ୍ଗଣେ

ବୁଲୁଥିଲେ ନରସାଇଁ,

ନଇଁ ଆସୁଥିଲା ସଂଧ୍ୟା ଅସ୍ତରାଗ

ପ୍ରାସାଦରେ ଢାଳିଦେଇ।

ସମୁଦ୍ର ଦିଗରୁ ସୁଲୁ ସୁଲୁ ହୋଇ

ବାଆ ବହିଆସୁଥିଲା,

ରୂପାମ୍ବିକାଙ୍କର ସ୍ମୃତି ଏ ସମୟେ

ସହସା ହୃଦ ଛୁଇଁଲା।

ଭାସିଗଲା କେତେ ମଧୁମୟ ଚିତ୍ର

ହୃଦ ସ୍ମୃତି ଫଳକରେ----

ଯୁଦ୍ଧ ସମୟରେ ପିତାଙ୍କ ସହିତ

ଥିଲେ ଥରେ ଦକ୍ଷିଣରେ ।

ସେହି ସମୟରେ ପୁରୁଷୋତ୍ତମ ଯେ

ଶୁଣିଥିଲେ କାଞ୍ଚି କଥା,

ଶୁଣିଥିଲେ ଜେମା ରୂପାମ୍ବିକାଙ୍କର*

ଅପୂର୍ବ ସୌନ୍ଦର୍ଯ୍ୟ ଗାଥା।

କେଡେ ସୁନ୍ଦର ସେ ରାଜ୍ୟ ତାମଧ୍ୟରେ,

ପଦ୍ମରେ ପୁଷ୍କର ପରି,

ଶୋଭାପାଉଥିଲେ କାଞ୍ଚି ରାଜାଙ୍କର

ଜେମା ଅପୂର୍ବ ସୁନ୍ଦରୀ।

ସମଗ୍ର ଭାରତ ଆଲୋକିତ ହେଲା

ଜେମା ରୂପ ଲାବଣ୍ୟରେ,

କେତକୀ ଫୁଟିଲେ ତା ମହକ କାହିଁ

ବାନ୍ଧି କିଏ ରଖିପାରେ ?

ଯୋଗକୁ ଅମାତ୍ୟ ବାଳା ଚିତ୍ରପଟ

ଆଣି ଦେଖାଇଲେ ଏକ,

ତତକ୍ଷଣେ ତାହା ଅଧିକାର କଲା

କୁମାର ହୃଦ ଫଳକ।

ଶୟନେ ସ୍ୱପନେ ଜାଗରଣେ ସଦା

ଘାରି ହୋଇଲେ କୁମାର,

ମାଡିବସିଲା ଯେ ହୃଦ ସିଂହାସନ

ବାଳାର ରୂପସମ୍ଭାର।

ରୂପାମ୍ବିକା କଥା ଭାବୁ ଭାବୁ ଦିନେ

ଅଜ୍ଞାତେ ରାଜକୁମାର,

ସୀମା ପାରହୋଇ କାବେରୀ ସେପାରେ

ରଖିଲେ ନିଜ ପୟର।


*ରୂପାମ୍ବିକା---କାଞ୍ଚି ରାଜକନ୍ୟା,ପରେ ପୁରୁଷୋତ୍ତମଙ୍କୁ ବିବାହକରି ସେ ପଦ୍ମାବତୀ ନାମରେ ପରିଚିତା ହେଲେ।

କ୍ରମଶଃ-----


Rate this content
Log in

Similar oriya poem from Classics