Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Sahoo

Inspirational

4.0  

Chinmaya Kumar Sahoo

Inspirational

ପୁରୁଷ

ପୁରୁଷ

2 mins
194



ଏ ଶବ୍ଦ ର ସଂଜ୍ଞା ଖୋଜିବାକୁ ବୋଧେ 

ଅନେକେ ଅନେକ ଚେଷ୍ଟା କରିଥିବେ

କାହା ପାଇଁ ସମାଜରେ 

ନାରୀ ର ଅନୁରୂପ ଓ ପରିପୂରକ ଏକ ସୃଷ୍ଟି,

ସନ୍ତାନର ମେରୁଦଣ୍ଡ , ଭଉଣୀ ର ଆତ୍ମବିଶ୍ବାସ, 

ତ ପରିଣତ ବୟସରେ ପିତା ମାତାଙ୍କ ମଉଳା ଆଖିର ଝାପ୍ସା ଏକ ଦୃଷ୍ଟି


ଏମିତି ଏକ ଶବ୍ଦ

ସମ୍ପୂର୍ଣ୍ଣ ରଚନା ଟେ ହେଇ ବର୍ଣ୍ଣିତ ବି ହେଇପାରେ

କିନ୍ତୁ ବିନା ଉଦ୍ଧୃତାଂଶ ରେ, ଶବ୍ଦ ହୀନ, ଅର୍ଥ ହୀନ ଆଉ ଭାବ ହୀନ

ଯିଏ ପାଣି ପରି ଜୀବନ ତ ବଞ୍ଚେଇ ପାରେ

କିନ୍ତୁ ସାରା ଜୀବନ ବର୍ଣ୍ଣ ହୀନ, ବାସ୍ନା ହୀନ ଆଉ ସ୍ୱାଦ ହୀନ

ନିଜ କର୍ମରେ ତେଜିୟାନ, ନିଜ ତ୍ୟାଗ ରେ ବଳିୟାନ

ଆଉ ନିଜ ଧୈର୍ଯ୍ୟ ରେ ମହିୟାନ।


ଏମିତି ଏକ ଭାବ

ଯାହାକୁ ପ୍ରକାଶ କରିବା ମନା

ନିଜକୁ ଦୁର୍ବଳ କରିବା ମନା, ଛାତି ଫଟେଇ କାନ୍ଦିବା ବି ମନା

ଆଖିର ଲୁହକୁ ଆଖିପତାର ଏରୁଣ୍ଡି ଡେଇଁବା ମନା

ମନର କୋହକୁ ଛାତିର ଅଭେଦ୍ୟ ପ୍ରାଚୀର ଡେଇଁବା ମନା

ଛେପ ଢ଼ୋକି ପଛେ ସ୍ମିତହାସ୍ୟ କରୁ

କିନ୍ତୁ ଅନ୍ତର ର ଡର କୁ ଓଠର ଶିକୁଳି ଖୋଲିବା ମନା


ଏମିତି ଏକ ସ୍ୱର

ଯାହାର ସ୍ୱତନ୍ତ୍ରତା ହେଉଛି ତା ନୀରବତା

ଶହେ ରାଗ ର ରାଗିଣୀରେ ଅଳଂକ୍ରୁତା ଭିନ୍ନ ଏକ କବିତା

କଠୋର ସାଧନାର ଉପଲବ୍ଧି - ପୁରୁଷାର୍ଥ ର ସଂହିତା

ଯାହାକୁ ଶୁଣିବା ପାଇଁ ଦରଦୀ ହୃଦୟ ଟେ ଲୋଡ଼ା

କୋଳାହଳ ରୁ ବହୁ ଉର୍ଦ୍ଧ୍ବ ରେ ଏକାନ୍ତରେ 

ଆଖି ସହ ଆଖି ମିଶେଇ ପଢି ପାରୁଥିବ ତା ହୃତସ୍ପନ୍ଦନ ର ଗୀତା


ଏମିତି ଏକ ଅନୁଭୂତି

ଯେଉଁ ତ୍ୟାଗ ରେ ଥାଏ ଅନନ୍ୟ ଆତ୍ମସନ୍ତୁଷ୍ଟି

ଯେଉଁ କର୍ମରେ ଥାଏ ଅନନ୍ୟ ଆତ୍ମସିଦ୍ଧି ଆଉ

ଯେଉଁ ଧୈର୍ଯ୍ୟ ରେ ଥାଏ ଅସୀମ ଆତ୍ମବିଶ୍ବାସ

ନାରୀର ନାରୀତ୍ବ କୁ ଅଖଣ୍ଡ ରଖିବାରେ, 

ସନ୍ତାନର ସ୍ବପ୍ନ କୁ ବାସ୍ତବତାରେ ପରିଣତ କରିବାରେ

ଆଉ ସମାଜର ସ୍ୱାଭିମାନ କୁ ଏକ ଶକ୍ତ କାନ୍ଧର ସାହାରା ଦେବାରେ


ଯୁଗ ଯୁଗ ଧରି ଆମ ସମାଜ ପୁରୁଷ କୁ ଅପେକ୍ଷାକୃତ ଶକ୍ତ ବୋଲି ପ୍ରତୀୟମାନ କରି ଆସିଛି। ଶାରୀରିକ ସ୍ତରରେ ହୁଏତ କଥାଟି ଠିକ ହେଇପାରେ କିନ୍ତୁ ମାନସିକ ସ୍ତରରେ ଏ କଥାର କୌଣସି ଯଥାର୍ଥତା ନାହିଁ। ନିଜକୁ ଶକ୍ତ କରିବାରେ ଆଉ ଶକ୍ତ ବୋଲି ଉପସ୍ଥାପନ କରିବାର ଦୋଛକିରେ ବେଳେ ବେଳେ ଅନେକ ଦିଗହରା ହବାର ଦୃଷ୍ଟାନ୍ତ ମିଳେ।


ଏମିତି ଏକ ଉପସ୍ଥାପନା

ଯାହା ଦୁର୍ବଳ ବୋଲି ନିନ୍ଦିତ ହବାର ଡର ରେ

ମିଥ୍ୟାର କଠିନ ପରସ୍ତ ତଳେ ଏକ କୋମଳ ସତ୍ୟକୁ ଲୁଚାଇ ରଖେ

ନଦୀର କୁଳୁ କୁଳୁ ସ୍ରୋତ - ଯାହା ପଥର ଖଣ୍ଡକୁ 

ବାଲି ଗରଡ଼ାରେ ପରିଣତ କରିବାର ସାମର୍ଥ୍ୟ ରଖେ

ତେବେ ଏ ନିନ୍ଦା କିମ୍ବା ଡର କଣ ପାଇଁ? 

ମଣିଷ ହେଇ ମଣିଷ ପ୍ରବୃତ୍ତି କୁ ପରିପ୍ରକାଶ କରିବାକୁ

ସମାଜର ଏ ପ୍ରତିବନ୍ଧକ କଣ ପାଇଁ?


ଏବେ ସମୟ ଆସିଛି ଏ ପରିଚୟ କୁ ଟିକେ ଭିନ୍ନ ଦୃଷ୍ଟି ରେ ଗଢିବାର।


ଏମିତି ଏକ ପରିଚୟ

ଯେଉଁଠି ତୁଳନା କମ୍, ଆଉ ସ୍ୱୀକୃତି ଅଧିକ ହେଉ

ପୁରୁଷ ର ସମକକ୍ଷ ନାରୀ ଟେ ନୁହଁ, ମଣିଷ ର ସମକକ୍ଷ ମଣିଷ ଟେ ହଉ

ମଣିଷ ର ପରିପୂରକ ମଣିଷ ଟେ ହଉ

ମଣିଷ ପରି ମଣିଷ ଟେ ହସୁ, କାନ୍ଦୁ ଆଉ ଆତ୍ମପ୍ରକାଶ କରୁ

ସର୍ବଶେଷରେ ସମାଜ ର ମାପଦଣ୍ଡ ପୁରୁଷ କି ନାରୀ ନୁହଁ

ମଣିଷ ଟେ ହଉ।


Rate this content
Log in

Similar oriya poem from Inspirational