STORYMIRROR

Jitendriya Behera

Abstract Inspirational Tragedy

0  

Jitendriya Behera

Abstract Inspirational Tragedy

ପୁରୁଷ

ପୁରୁଷ

2 mins
383


ମୁଁ ତ ଚିରକାଳ ଚର୍ଚ୍ଚିତ

ପୁରୁଷର ପ୍ରତ୍ୟାଖାତ ରୂପ

ଭୀଷ୍ମ ପରି ଇଚ୍ଛା ମୃତ୍ୟୁ

ବେଳେବେଳେ ଲୋଡିଥାଏ

କେବେ ପୁଣି ତୁମ ପାଇଁ

ନିଜର ଅବଦମିତ ଇଚ୍ଛାକୁ

ତଳିତଳାନ୍ତ କରି

ଲୁହକୁ ପୋଛି ପୋଛି

ଖୁସିର ପାହାଡ ଗଢୁଥାଏ।

ସମସ୍ତ ଝଡକୁ ସାମ୍ନା କରୁ କରୁ

ମୁଁ ଉତକ୍ଷାତ ହୁଏ

ଜଞ୍ଜାଳର ଯାବତୀୟ ଯାତନାରେ

ନିଜ ପାଇଁ ନିଜର କବର ଖୋଳିଲା ବେଳେ

ତୁମ ଭଲପାଇବାର ଉଛ୍ବାସରେ

ମୁଁ ଆଉଥରେ ଜୀବନ୍ୟାସ ପାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract