ପୁରୁଷ
ପୁରୁଷ
ଲୁହକୁ ଆଖିରେ ଶୁଖାଇ ଦେଇ
ଦୁଃଖକୁ ଛାତିରେ ଜକେଇ
ଉପରେ ଉପରେ ହସିବାର ଅଭିନୟ କରେ
ଲୁହ ଝରେଇବା ତା ଭାଗ୍ୟରେ ନାହିଁ
ଦୁନିଆରେ ଯେତେ ବିଘ୍ନ ଆସିଲେ ବି
ପଥର ମୂର୍ତ୍ତି ପରି ଟାଣ ହୋଇ ରହିଥାଏ
କିଏ କହିଲା ସେ କାନ୍ଦେ ନାହିଁ ବୋଲି
ଯେବେ ବି କାନ୍ଦିଛି ଭିତରେ ଘୁମୁରି କାନ୍ଦିଛି
ସେ ପୁରୁଷ...
କଷ୍ଟ ହସିବାର ଜଣେ ବଳିଷ୍ଠ ବ୍ୟକ୍ତିତ୍ବ
ଅଥଚ ତାକୁ କେହି ବୁଝିବାକୁ ଚେଷ୍ଟା କରେନି,
ପରିବାର ବୋଝ ବୋହି ବୋହି ଚାଲୁଥିବା ଗୋଡ଼
ପୁଣି ତା ପାଦ ତଳର ଚିତ୍ର କେହି ଦେଖେନି,
ହସି ଦେଲେ ଦୁଃଖ ଲୁଚିଯାଏ ଆଖି କୋଣରେ
ପିଇ ଯାଏ ଅସହ୍ୟ ଦୁଃଖକୁ ଅମୃତ ପରି
ବୋହି ଯାଏ କେତେ ବୋଝ ନିଜ କାନ୍ଧରେ,
ସେ ହିଁ ଦକ୍ଷ ପୁରୁଷ, ସୁରକ୍ଷାର ମେରୁଦଣ୍ଡ
ସହି ସହି ଶେଷରେ ଜଡ଼ ପାଳଟି ଯିବ ସିନା
ଅନେକ ସ୍ଵପ୍ନକୁ ସକାର କରିବା ଖଟେ
ସେ କାହା ନଜରରେ ଛୋଟ ହୋଇପରେ
ହେଲେ ତାରା ମେଳେ ସେ ଉଜ୍ଜ୍ୱଳ ତାରକା ଥାଏ ।