ପୁରୁଣା ଘଡିର ଟିକ୍ ଟିକ୍
ପୁରୁଣା ଘଡିର ଟିକ୍ ଟିକ୍
ପୁରୁଣା ଘଡିର ଟିକ୍ ଟିକ୍ ତାଜା କରେ
ସେହି ପିଲାଦିନର ସମୟକୁ ଯାହା
ମନର କୋଉ କୋଣରେ ଉଷ୍ମତାର
ଚାଦର ଟାଣି ଶୋଇ ରହିଥାଏ ନିର୍ଜୀବ ପରି
ଶୁଣିଲା ମାତ୍ରେ ବାହାରି ଆସେ ସାଇତା ଦିନର
ସ୍ମୃତି ସବୁ ପୁଣି ଥରେ ବଞ୍ଚିବାକୁ ଇଚ୍ଛା ହୁଏ
ପିଲାଟିଏ ହୋଇ ରୁମାଲ ଚୋରି, ବୋହୁ ବୋହୁକା
ଖେଳର ମସ୍ତିରେ ବିଭୋର ହେବାକୁ
ଜଞ୍ଜାଳ ଜୀବନରୁ ବିରତି ନେଇ
କୋମଳମତି ଶିଶୁଟିଏ ପରି
ଆନମନା ହୋଇ ସବୁ କଥାରେ ଜିଦି କରିବାକୁ ।
ହେଲେ ସମୟ ତ ପରିବର୍ତ୍ତନଶୀଳ
ତାକୁ କିଏ ବା ପାରିଛି ରୋକି
ଶିଶୁ ଜୀବନଟି କେତେ ଯେ
ସରସ ସୁନ୍ଦର ବଡ଼ ହେବା ପରେ ଜଣା ପଡ଼ଇ।
