STORYMIRROR

Gitanjali Pujapanda

Inspirational Children

3  

Gitanjali Pujapanda

Inspirational Children

ପୁରୁଣା ଘଡିର ଟିକ୍ ଟିକ୍

ପୁରୁଣା ଘଡିର ଟିକ୍ ଟିକ୍

1 min
218

ପୁରୁଣା ଘଡିର ଟିକ୍ ଟିକ୍ ତାଜା କରେ 

 ସେହି ପିଲାଦିନର ସମୟକୁ ଯାହା

ମନର କୋଉ କୋଣରେ ଉଷ୍ମତାର 

 ଚାଦର ଟାଣି ଶୋଇ ରହିଥାଏ ନିର୍ଜୀବ ପରି 

ଶୁଣିଲା ମାତ୍ରେ ବାହାରି ଆସେ ସାଇତା ଦିନର 

ସ୍ମୃତି ସବୁ ପୁଣି ଥରେ ବଞ୍ଚିବାକୁ ଇଚ୍ଛା ହୁଏ

ପିଲାଟିଏ ହୋଇ ରୁମାଲ ଚୋରି, ବୋହୁ ବୋହୁକା

ଖେଳର ମସ୍ତିରେ ବିଭୋର ହେବାକୁ 

ଜଞ୍ଜାଳ ଜୀବନରୁ ବିରତି ନେଇ 

କୋମଳମତି ଶିଶୁଟିଏ ପରି 

ଆନମନା ହୋଇ ସବୁ କଥାରେ ଜିଦି କରିବାକୁ ।

ହେଲେ ସମୟ ତ ପରିବର୍ତ୍ତନଶୀଳ 

ତାକୁ କିଏ ବା ପାରିଛି ରୋକି 

ଶିଶୁ ଜୀବନଟି କେତେ ଯେ 

ସରସ ସୁନ୍ଦର ବଡ଼ ହେବା ପରେ ଜଣା ପଡ଼ଇ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational