STORYMIRROR

RAKHAL CHANDRA SWAIN

Inspirational

4  

RAKHAL CHANDRA SWAIN

Inspirational

ପୁରୁଣା ବନାମ ନୂଆ

ପୁରୁଣା ବନାମ ନୂଆ

1 min
367

ମୋ ପାଇଁ,

ପ୍ରତିଟି ମୁହୂର୍ତ୍ତ ,

ବର୍ତ୍ତମାନ ସାଜି ଆସେ,

ଆଉ,

ଆଖି ପିଛୁଳାକେ,

ବିଜୁଳି ର ଝଲକ ପରି,

ଅତୀତରେ ରୂପାନ୍ତରିତ ହେଇଯାଏ।


ମୋ ପାଇଁ,

ପ୍ରତିଟି ଇତିହାସ ପୃଷ୍ଠାର,

ତିକ୍ତ ମଧୁର ଅନୁଭୂତି,

ମୋ ଦଦରା ଡଙ୍ଗାର,

ଦିଗ ନିର୍ଣ୍ଣୟ କରେ।


ଆଉ,

ମୋ ପାଇଁ,ସେ,ଅଦୃଷ୍ଟ,

ଅପରିଚିତ ଭବିଷ୍ୟତ,

ଏକ ଅବାଧ୍ୟ ନାତି ଟେ ପରି,

ଅତି ପ୍ରିୟ,ଅନ୍ତରଙ୍ଗ

ସେ ହସିଲେ ମୋର ପ୍ରିୟ

ସେ ଋଷିଲେ ମୋର ପ୍ରିୟ।


କାରଣ,

ନୀତି ତା'ର, ସଂବିଧାନ ତା'ର

ଆମକୁ ସହିବାକୁ ହେବ, 

ତା'ର ହାଡ଼ ଭଙ୍ଗା ବୁକୁ ଥରା ଶୀତକୁ,

ତା'ର ପ୍ରଚଣ୍ଡ ନିଦାଘର ଅସହ୍ୟ ଅଂଶୁଘାତକୁ‌

 ପୁଣି ,

ନିଜକୁ ସଜେଇ, ହଜେଇ ଦେବାକୁ ହେବ,

ତା'ର ,ଫଗୁ ବୋଳା ଫଗୁଣ ଭିତରେ,

ରଙ୍ଗିନ ଅବିର ବୋଳା ମତୁଆଲା ଯୌବନ ରେ,

କୋଇଲି କୁହୁରେ,

ଆମ୍ବ ତୋଟା ବଉଳ ପେନ୍ଥାରେ।


ମୋ ପାଇଁ,

ଅତୀତ,ମୋର ପିତା ମାତା।

ବର୍ତ୍ତମାନ ମୋ ପାଇଁ, ମୁଁ,ଓ ମୋର ପୁତ୍ର କନ୍ୟା

ଭବିଷ୍ୟତ ମୋର ନାତି, ନାତୁଣୀ।


ଅତୀତ ବିନା ଭବିଷ୍ୟତ ଅନ୍ଧକାରମୟ।

ଭବିଷ୍ୟତ ବିନା ଅତୀତ ମୂଲ୍ୟହୀନ।

ତେଣୁ,

ଅତୀତ କୁ କରୁଛି କୋଟି କୋଟି ପ୍ରଣାମ।

ବର୍ତ୍ତମାନ କୁ ସ୍ନେହ, ପ୍ରେମ,ସଦ୍ଦିଚ୍ଛା ,ସହ,

ନୂତନ ବର୍ଷ କୁ କରୁଛି ଅନେକ ଅନେକ ସ୍ବାଗତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational