STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପୁରୀ ଧାମେ କଲି ସମୁଦ୍ର ଦର୍ଶନ

ପୁରୀ ଧାମେ କଲି ସମୁଦ୍ର ଦର୍ଶନ

1 min
285

କଲି ଭାଗ୍ୟ ବଳୁ କାଳିଆ ଦର୍ଶନ

    ଥିଲା ଟି କପାଳେ ଏହୁ ମହା ପୁନ୍ୟ

ବଙ୍ଗ ସାଗର ଟି ମହି ନେଲା ମନ

    ସ୍ବର୍ଗର ଦୁଆର କରିଲି ଦର୍ଶନ।


ଗହଗହ ଭକ୍ତ ପ୍ରଭୁଙ୍କର ଧାମ

    ମନ ମହି ନେଲା ଏହୁ ପୁରୀ ଧାମ,

ନାମ ଜଗନ୍ନାଥ ଗୁଞ୍ଜେ ଏହୁ ଧାମ

    ପ୍ରେମ ଭକ୍ତି ଶ୍ରଦ୍ଧା କାଳିଆର ନାମ।


ଘୋର ନାଦେ ଉଠେ ସମୁଦ୍ର ତରଙ୍ଗ

    ଭୟଭୀତ ହୃଦେ ଦେଖି ତା ଉମଙ୍ଗ

ସତେ କି ମାଡ଼ିବ ସମୁଦ୍ର ତରଙ୍ଗ

    କରିବ ବିନାଶ ଭକ୍ତଙ୍କ ଉମଙ୍ଗ।


ଗର୍ଜ୍ଜନ କରିଣ ମାଡ଼ି ଆସୁ ଥାଏ

    ନିର୍ଦ୍ଦିଷ୍ଟ ସ୍ଥାନରେ ଟି ଅଟକିଯାଏ,

ମନ ଭକ୍ତଙ୍କର ନିତ୍ୟେ ମହୁ ଥାଏ

    ସମୁଦ୍ର କର୍ତ୍ତବ୍ୟ ତାର କରୁ ଥାଏ।


ବ୍ରହ୍ମାଣ୍ଡ ଭିଆଣ ଯାହାର ହସ୍ତରେ

    ଚରାଚର ସୃଷ୍ଟି କର୍ତ୍ତବ୍ୟ ପଥରେ,

ଅବଜ୍ଞାର ଶକ୍ତି ନାହିହିଁ କାହାରେ

    ପାଳନ କରନ୍ତି ପ୍ରଭୁ ନିର୍ଦ୍ଦେଶରେ।


ପିଣ୍ଡ ଜଳୁ ଅଛି ତହିଁ ହୁହୁ ହୋଇ

    ଅଟେ ମୁକ୍ତି ଦୁଆର ପରା ଏହୁ ଭାଇ,

ଦେଖି ଟି ଆଶ୍ଚର୍ଯ୍ୟ ହୋଇ ଗଲି ଭାଇ

    ଧନ୍ୟ ସେହୁ ପିଣ୍ଡ ପୁନ୍ୟ ଫଳ ପାଇ। 


କେତେ ପୁନ୍ୟ ତାର କ୍ଷେତ୍ରେ ମିଶିଗଲା

    ପ୍ରଭୁଙ୍କ ଦର୍ଶନେ ସର୍ବଦା ରହିଲା

ସେ ପୁନ୍ୟ ଆତ୍ମାର ଦର୍ଶନ ଟି ହେଲା

    ଭକ୍ତି ପ୍ରେମ ଶ୍ରଦ୍ଧା ତାହାରେ ଜାଗିଲା।


ମତ୍ସ୍ୟଜୀବୀ ଡଙ୍ଗା ସହିତ ସମୁଦ୍ରେ

    ଦେଖିଲି ସେ ଦୃଶ୍ୟ ଆଖିରେ ସମୁଦ୍ରେ,

ବଡ଼ ବଡ଼ ମାଛ ମାରନ୍ତି ସମୁଦ୍ରେ

    ମତ୍ସ୍ୟଜୀବୀଙ୍କର ଜୀବିକା ସମୁଦ୍ରେ।


ପ୍ରଭୁଙ୍କର ନୀଳା ମନ ମହି ନେଲା

    କାଳିଆ ଦର୍ଶନ ସାକ୍ଷାତରେ ହେଲା,

ବିଷ୍ଣୁ ଧାମ ପରା ଏ ଚକ୍ଷୁ ଦେଖିଲା

    ଏ ନରାଧମର ଭାଗ୍ୟରେ ହିଁ ଥିଲା।


ନଭୁଲିବି କେବେ ଜଗନ୍ନାଥ ରୂପ

    ଗୁଞ୍ଜୁ ଥିବ ହୃଦେ କଳେବର ରୂପ,

ଜୀବନ ଯାତ୍ରାରେ ଦେଖୁ ଥିବି ରୂପ

    ସେହୁତ ବ୍ରହ୍ମଣ୍ଡ ଇଶ୍ଵରଙ୍କ ରୂପ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract