ପୁରାଣ ଓ ଉପପୁରାଣ
ପୁରାଣ ଓ ଉପପୁରାଣ
ବେଦ ଉପନିଷଦ ର ଧରମ ତତ୍ତ୍ବ
ସହଜେ ବୁଝିବା ପାଇଁ।
ପୁରାଣ ଓ ଉପପୁରାଣ ରଚନା
ପୂର୍ବ କାଳେ ଥିଲା ହୋଇ। ୧।
ପ୍ରାଚୀନ କାଳ ର ପୁରୁଣା କଥା ସେ
ପୁରାଣ ଉପପୁରାଣ ।
ରଚନା ହୋଇଲା ଯେପରି ବୁଝିବେ
ତାହା ଜନସାଧାରଣ ।୨।
ବେଦାର୍ଥ ବର୍ଣ୍ଣିତ ହୋଇଛି ଏଥିରେ
ସ୍ଥାବର ଜଙ୍ଗମ ଆଦି ।
ଦେବତା ଅସୁର ଗନ୍ଧର୍ବ ଯକ୍ଷ
ରାକ୍ଷସ ତଥା ମନୁଷ୍ୟାଦି ।୩।
ସଭିଙ୍କ ଜନମ ବୃତ୍ତାନ୍ତ ସହିତ
ଆଦି ସୃଷ୍ଟି ବିବରଣ ।
ବ୍ରହ୍ମର ସାକାରତା ନିରାକାରତା
ତତ୍ତ୍ବ ହୋଇଛି ବର୍ଣ୍ଣନ । ୪।
କ୍ରିୟାଯୋଗ ଆତ୍ମତତ୍ତ୍ୱ ର ନିର୍ଣ୍ଣୟ
ଜ୍ୟୋତିର୍ବିଜ୍ଞାନ ଆବର ।
ପୁରାକାଳ ରାଜ ବଂଶାବଳୀ
ସବୁ କାର୍ଯ୍ୟକଳାପ ତାଙ୍କର। ୫।
ନାନା ବିଷୟ ବିଶଦ ରୂପେ ବର୍ଣ୍ଣିତ
ହୋଇଛି ଏସବୁରେ।
ଭୂତ ଭବିଷ୍ୟତ ବର୍ତ୍ତମାନ ସ୍ଥିତି
ପାଠକ ପଠନ କରେ ।୬।
ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ
ଫଳ ଲଭେ ଶ୍ରୋତା ବକ୍ତା ।
ପ୍ରଶ୍ନ ପଚାରି ଯେ ବୁଝଇ ତାହାକୁ
ଫଳ ମଧ୍ଯ ଲଭଇ ତା ।୭।
ଅଷ୍ଟାଦଶ ପୁରାଣ ବ୍ୟାସ ରଚିଲେ
ଜଗତ ର ହିତ ପାଇଁ।
ଅଷ୍ଟାଦଶ ଉପପୁରାଣ ରଚନା
ହୋଇଅଛି ସିନା ରହି। ୮।
ବ୍ରହ୍ମ ପଦ୍ମ ବିଷ୍ଣୁ ଶିବ ଭାଗବତ
ନାରଦୀୟ ମାର୍କଣ୍ଡେୟ ।
ଅଗ୍ନି ଭବିଷ୍ୟ ବ୍ରହ୍ମବୈବର୍ତ୍ତ ଲିଙ୍ଗ
ସ୍କନ୍ଦ ବାମନ ବରାହ ।୯।
କୂର୍ମ ମତ୍ସ୍ୟ ବ୍ରହ୍ମାଣ୍ଡ ପୁରାଣ ସବୁ ,
ଉପପୁରାଣ ଏମାନ ।
ସନତ କୁମାର ନରସିଂହ ନାରଦ
ଦୁର୍ବାସା ଓ ଶୈବଧର୍ମ ।୧୦।
ନାରଦୀୟ କପିଳ ମାନବ ଔଶନସ
ବ୍ରହ୍ମାଣ୍ଡ ବାରୁଣ ।
କାଳିକା ମାହେଶ୍ବର ଶାମ୍ବ ସୌର
ପରାଶର ମାରୀଚ ଜାଣ ।୧୧।
ଭାର୍ଗବ ଯାହାକି ଦେବୀ ଭାଗବତ
ଏସବୁ ଉପପୁରାଣ ।
ପଢି ଶୁଣି ଧର୍ମ ଅର୍ଥ ମୋକ୍ଷ ଧନ
କର ଏବେ ଆହରଣ। ୧୨।
