ପୁଣ୍ୟ ପଥେ ଜଣେ
ପୁଣ୍ୟ ପଥେ ଜଣେ
ଭଗ୍ନଶିଳା ଜଗେ
ମନ୍ଦିର ଯିବାର ପଥେ
ମୁଖ ଅସଜଡା
ପଥ ଯେ ଅମଡ଼ା
କୃପଣ ଭାବେ ପୁଣି
ଅମୃତ ପିଇବ ହାତେ ।
ମନ ଖୋଜେ ଯାହା
ବିଶ୍ୱାସରେ ବିଷ ମିଶେ
ହୃଦୟ ଚଉଡ଼ା
ଗୁଣ ଯେ ବେଉଡା
ଅନର୍ଥ ବୁଝେ ପୁଣି
ନାମ ଅରଜିବ ଶେଷେ ।
ପାପ ପରେ ପୂଣ୍ୟ
ପୂଣ୍ୟରେ ଧରମ ଖୋଜେ
ପ୍ରାଣ ପଚାସଢ଼ା
ଦେହଟା ଚମଡା
ପାପ କରି ପୁଣି
ପୂଣ୍ୟରେ ହୋଇବ ବିଜେ ।
