STORYMIRROR

Tankadhar Majhi

Inspirational Others

3  

Tankadhar Majhi

Inspirational Others

ପୁଣ୍ୟ ପଥେ ଜଣେ

ପୁଣ୍ୟ ପଥେ ଜଣେ

1 min
208


ଭଗ୍ନଶିଳା ଜଗେ

ମନ୍ଦିର ଯିବାର ପଥେ

ମୁଖ ଅସଜଡା

ପଥ ଯେ ଅମଡ଼ା 

କୃପଣ ଭାବେ ପୁଣି

ଅମୃତ ପିଇବ ହାତେ ।


ମନ ଖୋଜେ ଯାହା

ବିଶ୍ୱାସରେ ବିଷ ମିଶେ 

ହୃଦୟ ଚଉଡ଼ା

ଗୁଣ ଯେ ବେଉଡା

ଅନର୍ଥ ବୁଝେ ପୁଣି

ନାମ ଅରଜିବ ଶେଷେ ।


ପାପ ପରେ ପୂଣ୍ୟ 

ପୂଣ୍ୟରେ ଧରମ ଖୋଜେ

ପ୍ରାଣ ପଚାସଢ଼ା

ଦେହଟା ଚମଡା

ପାପ କରି ପୁଣି

ପୂଣ୍ୟରେ ହୋଇବ ବିଜେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational