STORYMIRROR

Bidyadhar Mantry

Abstract Inspirational

4  

Bidyadhar Mantry

Abstract Inspirational

ପୁଣ୍ୟ ଭୂମି ମୋ ଭାରତ

ପୁଣ୍ୟ ଭୂମି ମୋ ଭାରତ

1 min
361


ପୁଣ୍ୟ ଭୂମି ଦେବ ଭୂମି ନାମରେ ବିଖ୍ୟାତ

ପବିତ୍ର ନଦ ନଦୀ ବି ହୁଏ ପ୍ରବାହିତ

ଧର୍ମ ନିରପେକ୍ଷ ରାଷ୍ଟ୍ର ଏଇ ମୋ ଭାରତ

ମୁନି ଋଷି ତପସ୍ୱୀ ଙ୍କ ଏଠି ଆବିର୍ଭୁତ।


ଗାଈ କୁ ଗୋମାତା ପୁଣି ବୃକ୍ଷ ଆରାଧନା

ବ୍ରାହ୍ମଣଙ୍କୁ ଭକ୍ତି ଭରେ ହୁଏ ବନ୍ଦାପନା

ବାର ମାସେ ତେର ପର୍ବ ପର୍ବାଣୀ ବିଧାନ

ଭକ୍ତି ଭରେ ଉତ୍ସାହ ସହିତ ହେଉଛି ପାଳନ।


ପରିତାପ ର ବିଷୟ ଚିନ୍ତାର କାରଣ

ପୁଣ୍ୟ ଭୂମି ଭାରତରେ ପୁଣ୍ୟ ଆଜି କ୍ଷୁର୍ଣ୍ଣ

ବଦଳି ଯାଇଛି ପୁଣ୍ୟ ଭୂମି ଭାରତର ଚିତ୍ର

ଆଧୁନିକ ସଭ୍ୟତାର ଚିତ୍ର ବି ବିଚିତ୍ର।


ପୁରାଣ ପାଠ ଆଉ ବ୍ରାହ୍ମଣ ଦେବତା ପୂଜନ

ଲୋପ ପାଇଲାଣି ସେ ସବୁ ଦିନୁ ପ୍ରତିଦିନ

ଭାରତୀୟ ନାରୀ ପାଇଁ ଥିଲା ଦେବୀ ର ଆସନ 

ଧର୍ଷଣ-ଘର୍ଷଣ-ନିର୍ଯ୍ୟାତନା ରେ ନାରୀ ର ଜିବନ।


ଭଣ୍ଡ ସାଧୁ ସନ୍ଥ ଆସନରେ ଦୁର୍ନୀତି ହେଉଛି

ସାଧାରଣ ମଣିଷର ବିଶ୍ୱାସ କ୍ଷୁର୍ଣ୍ଣ ହେଉଅଛି

ମା ଝିଅ ବୋହୂ ର ଜୀବନ ଆଜି ଅସୁରକ୍ଷିତ

ପ୍ରତି ମୁହୂର୍ତ୍ତ ରେ ବିପଦ ଅଛି ଜାଣି ମନରେ ଚିନ୍ତିତ


ଆଧୁନିକ ସଭ୍ୟତା ର ଆଢ଼ୁଆଳେ ସବୁ କଳୁଷିତ 

ଅଧା ଲଙ୍ଗଳା ବେଶରେ ନାରୀ ହେଉଛି ସଜ୍ଜିତ

ସ୍ବାମୀଙ୍କୁ ଦେବତା ,ସ୍ତ୍ରୀ କୁ ଦେବୀ ମାନ୍ୟତା ଅଭାବ

ପାଶ୍ଚାତ୍ୟ ସଭ୍ୟତା ରେ ହଜି ଅଛି ନିଜର ସ୍ବଭାବ


ପରିବାର ଓ ସମାଜରେ ସଂସ୍କାର ଜରୁରୀ

ପୁଣ୍ୟ ଭୂମି ଭାରତରେ ଖେଳୁ ପୁଣ୍ୟ ର ଲହରୀ

ମନରେ ପବିତ୍ର ଚିନ୍ତା ଭାବନା କରିବା ଉତ୍ପନ୍ନ

ତେବେ ଯାଇ ପୁଣ୍ୟ ଭୂମି ଭାରତ ହୋଇବ ମହାନ୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract