STORYMIRROR

sudhakar sethi

Inspirational

4  

sudhakar sethi

Inspirational

ପୁଣି ରଖିଲୁ ମହତ

ପୁଣି ରଖିଲୁ ମହତ

1 min
33


ଭକତର ମାନ କଥା

ଉଠିଛି ଯେବେ

ଜଗା ଦେଇଛୁ ଦେଉଳ ଛାଡି

କାଞ୍ଚି ଅଭିଯାନ ଅବା

ବଳିଆ ଦାସ ରଥ

କେମିତି ପାରିବି ଭୂଲି 

ଧନ୍ୟ ଧନ୍ୟ ତୋର 

ଲୀଳା ଖେଳା

ଜଗା ଧନ୍ୟ ତୋର ।


ଅମ୍ବଟାକୁଆ ମିଳେ ତୋର

ରତନ ପଲଙ୍କେ

ହାତ ପତେଇ ନେଉ ନଡିଆ

ଧନ୍ୟ ଧନ୍ୟ ତୋର 

ଲୀଳା ଖେଳା

ଜଗା ଧନ୍ୟ ତୋର ।


ପରୀକ୍ଷା ନେଉ 

ଭକତ କୁ ଯେବେ

ତା ଭାବରେ

ଦେଉ ତୁ ଧରା

ଧନ୍ୟ ଧନ୍ୟ ତୋର

ଲୀଳା ଖେଳା

ଜଗା ଧନ୍ୟ ତୋର ।


ଭାବ ବିନୋଦିଆ 

ଅଭାବକୁ ଦୁର

ତୋର ମହିମା କିଏ ବୁଝିବ

ଜଗା ତୋ ମହିମା

ଜଗତ କରତା ଜଗତ ଇଶ୍ବର 

ସକଳ ତୁଣ୍ଡରେ ଗୋଟିଏ ନାମ

ଜଗା ତୋ ମହିମା


ତତେ କେଉଁ କଥା ଅଜଣା ଅଛପା

ତୁଛାଟାରେ ଏତେ ନାଟ 

ବଡ ଛଳିଆ ନିଳାଚଳିଆରେ

ତୋ ବିନା ହଲେନା ପତ୍ର 

ତୁ ମୋ ନାଟୁଆ ସାଆନ୍ତ

ତୋ ବିନା ହଲେ ।


ମାୟାର ସାଗର ମାୟଧର ମାୟା 

କିଏ ବା କହ ଜାଣିବ 

ସକଳ ଦେବକୁ ଦୁର୍ଲଭ

ଛାର ମାନବ କିବା ଵୁଝିବ 

ତୋ ମାୟା କିଏ ଜାଣିବ

ଜଗା କେମିତି କହ ବୁଝିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational