STORYMIRROR

Bharati Bhusan Das

Fantasy

3  

Bharati Bhusan Das

Fantasy

ପୁଣି ଏକ ପ୍ରତୀକ୍ଷା.... ✍️

ପୁଣି ଏକ ପ୍ରତୀକ୍ଷା.... ✍️

1 min
121

ଜିତିବାକୁ ଚେଷ୍ଟା କରି

ସବୁ କିଛି ହରେଇ ସାରିବା ପରେ

ଏବେ ହାରି ଯିବାକୁ ଚାହେଁ

ବାକି ଥିବା........ କିଛି ପାଇବା ଆଶାରେ

ତୁମ ମୋ ଭିତରେ ସମ୍ପର୍କ ର ସେତୁ ଟି

କାଁ ଭାଁ କେଉଁଠି

ଦବିଯାଇଛି..... ଅବା ଫାଟ ସୃଷ୍ଟି ହୋଇଛି

କିନ୍ତୁ, ଭାଙ୍ଗି ତ ଯାଇନି ନା

ସଜାଡି ଦେବାକୁ ହେବ

ମାଟିର ଲେପ ଦେଇ

ନତୁବା

 ଦୁଇ ମୁଠା ଶକ୍ତ ଆସ୍ତରଣର ନିବିଡ ବନ୍ଧନ ରେ

ବିଶ୍ୱାସ ଅଛି.... ଭରଷା ବି ଅଛି

 ଆଶା ବି ଅଛି..... କାମନା ବି ଅଛି

କିନ୍ତୁ ଆବିଳତା ନାହିଁ କି ଆତୁରତା ନାହିଁ

ଅଛି କେବଳ

 ମମତାର ଶୀତଳ ପରଶ

ସ୍ନେହର ବାସ ଟିକକ

ସାଇତା ଫରୁଆରେ......

ହାର ଜିତ ର ପଶାପାଲି ରେ

ଗୋଟି ଚଳେଇ

 ଡାକରା ଦେବାଟା

ଖେଳୁଆଡ଼ ମନଭାବର ନିଶ୍ଚିତ ଏକ ସ୍ୱରୂପ

 ଦେଖୁଥିବା ଲୋକଙ୍କର ଗୁଂଜରଣ

 ଦ୍ବିଗୁଣିତ କରିଥାଏ....

ସେଇ ଆନନ୍ଦ..... ର ଚଉହଦିକୁ

ଅନୁଶୋଚନା ନଥାଏ

ହାରିବାରେ.... କି ଜିତିବାରେ......

କିନ୍ତୁ କେବଳ ଅନୁଶୋଚନା

 ହରେଇ ଦେବାରେ.......

ଏବେ ତ ସମୟ..... ଅପରାହ୍ନ

 ଥରୁଟିଏ ଫେରି ଦେଖ ପଛକୁ

ଫେରି ଆସ.....

ଏକ ନୂଆ ସମ୍ଭାବନା ରେ..... ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy