Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

3  

Chittaranjan Nanda

Inspirational

ପୁଂଜିବାଦ ସୌଧ

ପୁଂଜିବାଦ ସୌଧ

1 min
146


ଶ୍ରମିକ ଭାଇ ସୁଖର ଦୁନିଆ ଗଢ଼ି  

ଦୁଃଖରେ କଟାଏ ଜୀବନ

ଶ୍ରମକୁ ନକରେ ଖାତିର ନାହିଁ ଖରା 

କାକର ରାତି ଅବା ଦିନ |୧|


ସମୟ ନାହିଁ ତାର ଚିନ୍ତା କରିବାକୁ କେଉଁ 

ଝିଅ କେଉଁ ପୁଅ ସହ ପଳାଇଲା  

କାହା ଘରେ କଣ ହେଉଛି କିଏ କେଉଁଠି 

ଗପିଲା ଅବା କେଉଁଠି ବସିଲା |୨|


ମୁଣ୍ଡ ତ ଘାରୁଛି ଭାବି ଭାବି ନିଜ ସଂସାରଟା

ଚାଲିବ କିପରି କେମିତି ଚାଲିଛି

ଜାଣିବାକୁ ସମୟ କୁଆଡୁ ପାଇବ କାହାର 

ନୂଆ କାର୍ କିଣା ହେଇଛି |୩|


କାହିଁକି ତାହାର ଆସିବ ଅସୂୟା ଭାବ କାରଣ

କିଏ କେମିତି ପଇସା କମାଉଛି  

କାହା ଘରେ କିଏ ଆସି ରହିଛି ନଷ୍ଟ କରିବ ସମୟ 

କାହିଁକି ଏମିତି କଥାରେ କଅଣ ଅଛି |୪|


ବଞ୍ଚିଛି ସେ ସ୍ୱାଭିମାନ ସହ ଓ ଶ୍ରମର ପୂଜାରୀ 

ହୀନ କାହିଁକି ଭାବିବ ସିଏ ତ ଶ୍ରମିକ  

ସମାଜର ହିତ ପାଇଁ କର୍ମ ଏକା ତାର ଅତି 

ଆପଣାର ଅଟଇ ମହାନ ଧର୍ମ |୫|


ବସିଖିଆ କିଏ କେମିତି ପଇସା କମାଉଛି କାହା 

ଘରେ କଅଣ ଅଛି ଭାବି ନଷ୍ଟ କରୁଛି ସମୟ

ଶୋଷକର ଭୟ କାଳେ କାଳେ ଶ୍ରମିକ ସଚେତନ 

ହେବ ମାଗିବ ଅଧିକାର ତା'ର ଶ୍ରମର ମୂଲ୍ୟ |୬|


ମାୟାଵୀ ବେଶ ସାଜି କେତେ ଯେ ଶୋଷକ 

ଦୁନିଆରେ କରି ଚାଲିଛନ୍ତି ଛଳନା 

ଦୁନିଆର ଶ୍ରମିକ ଜାଗିବେ ଦିନେ ଭାଙ୍ଗି ଯିବ 

ବିଶାଳ ସଉଧ ଗଢା ମୂଳ ତ ପ୍ରତାରଣା |୭|

   



Rate this content
Log in

Similar oriya poem from Inspirational