ପୁନେଇଁ
ପୁନେଇଁ


କୁଆଁର ପୁନେଇଁ ଜହ୍ନ ଗୋ
ଫୁଲ ବଉଳବେଣୀ
କୁଆଁରୀଙ୍କ କିଣେ ମନ ଗୋ
ଫୁଲ ବଉଳବେଣୀ ।
ଖଇ ଥାଳି ଲିଆ ଆଣ ଗୋ
ଫୁଲ ବଉଳବେଣୀ
ଥାଳି ପରିକା ସେ ଜହ୍ନଗୋ
ଫୁଲ ବଉଳବେଣୀ ।
ଘିଅ ଦୀପ ଜାଳି କର ବନ୍ଦାପନା
ଜହ୍ନି ଫୁଲେ ଦିଅ ମନ ଗୋ
ଫୁଲ ବଉଳବେଣୀ
ତୁଳସୀ ମୂଳରେ ପୂଜା ଗୋ
ଫୁଲ ବଉଳବେଣୀ
ମୁରୁଜରେ ସାଜସଜ୍ଜା ଗୋ
ଫୁଲ ବଉଳବେଣୀ ।
ତୋଫା ତୋଫା ଜହ୍ନ ରାତି ଗୋ
ଫୁଲ ବଉଳବେଣୀ
ପୁଚି ଖେଳି ଯାଉ ବିତି ଗୋ
ଫୁଲ ବଉଳବେଣୀ ।
କାନ୍ଧିଆ ତେନ୍ତୁଳି ଆମ୍ବୁଲ ଚକଟା
ମିଶି ଖାଇବାକୁ ମନଗୋ
ଫୁଲ ବଉଳବେଣୀ ।
ଆସିବ କାର୍ତ୍ତିକ ପୁନେଇଁ
ଫୁଲ ବଉଳବେଣୀ
ଯିବା ଆମେ ଡଙ୍ଗା ଭସେଇ
ଫୁଲ ବଉଳବେଣୀ ।
ପଉଷ ପୁନେଇଁ ମଣ୍ଡା ଗୋ
ଫୁଲ ବଉଳବେଣୀ
ପେଟ ରଖିବ ସେ ଥଣ୍ଡା ଗୋ
ଫୁଲ ବଉଳବେଣୀ ।
ମାର୍ଗଶିରେ ଥିବ ମାଆଙ୍କ କରୁଣା
ମିଳୁଥିବ ବସ୍ତ୍ର ଅନ୍ନଗୋ
ଫୁଲ ବଉଳବେଣୀ ।
ଅଗିରା ପୁନେଇଁ ଆସିବ
ଫୁଲ ବଉଳବେଣୀ
ଅଗି ପୋଡା କେତେ ହୋଇବ
ଫୁଲ ବଉଳବେଣୀ ।
ଅଗ୍ନିକୁ ସନ୍ତୁଷ୍ଟ କରିବା
ଫୁଲ ବଉଳବେଣୀ
ପୋଡା ଦ୍ରବ୍ୟ ଆମେ ଖାଇବା
ଫୁଲ ବଉଳବେଣୀ ।
ଶୀତ କାକାରକୁ ବିଦାୟ ଦେଇଗୋ
ଫଗୁଣ ଦେବା ମନ ଗୋ
ଫୁଲ ବଉଳବେଣୀ ।
>
ଫଗୁଣ ପୁନେଇଁ ଆସିବ
ଫୁଲ ବଉଳବେଣୀ
ଦାଣ୍ଡେ ଆମ୍ବ ପଣା ଡାଳିବ
ଫୁଲ ବଉଳବେଣୀ ।
ବିମାନେ ରାଧା ଶ୍ରୀକୃଷ୍ଣ ଗୋ
ଫୁଲ ବଉଳବେଣୀ
ଲଉଡି ଖେଳରେ ମନ ଗୋ
ଫୁଲ ବଉଳବେଣୀ ।
ଫଗୁର ଅବିରେ ଖେଳିବେ ସରବେ
ହୋଲିରେ ରହିବ ମନଗୋ
ଫୁଲ ବଉଳବେଣୀ ।
ଆସିବ ଚଇତ୍ର ପୁନେଇଁ
ଫୁଲ ବଉଳବେଣୀ
ଘୋଡାନାଚ ନେବ ମନେଇ
ଫୁଲ ବଉଳବେଣୀ ।
ହିଙ୍ଗୁଳା ମାଆଙ୍କୁ ପୂଜିବା
ଫୁଲ ବଉଳବେଣୀ
ଝାମୁଚଲା ଯାତ୍ରା ଦେଖିବା
ଫୁଲ ବଉଳବେଣୀ ।
ଦଣ୍ଡ ଯାତ୍ରା ସେଠି ଉଯାପନା ହେବ
ଥିବେ ପ୍ରଭୁ ତ୍ରିଲୋଚନ ଗୋ
ଫୁଲ ବଉଳବେଣୀ ।
ଚନ୍ଦନ ପୁନେଇଁ ଆସିବ
ଫୁଲ ବଉଳବେଣୀ
ପ୍ରଭୁଙ୍କର ଯାତ୍ରା ହୋଇବ
ଫୁଲ ବଉଳବେଣୀ
ଜ୍ୟେଷ୍ଠ ପୁନେଇଁ ବି ଆସିବ
ଫୁଲ ବଉଳବେଣୀ ।
ଗଜବେଶ ମନ ମୋହିବ
ଫୁଲ ବଉଳବେଣୀ ।
ରଥ ଯାତ୍ରା ଗଲେ ଆଷାଢ ପୁନେଇଁ
ବରଷା ଭିଜେ ମନଗୋ
ଫୁଲ ବଉଳବେଣୀ ।
ଶ୍ରାବଣରେ ରାକ୍ଷୀ ପୁନେଇଁ
ଫୁଲ ବଉଳବେଣୀ
ରାକ୍ଷୀ ବନ୍ଧା ପର୍ବ ଚାଲଇ
ଫୁଲ ବଉଳବେଣୀ ।
ଭୁଦୁଅ ପୁନେଇଁ ଆସଇ
ଫୁଲ ବଉଳବେଣୀ
ଇନ୍ଦ୍ରଠୁ ବିଦାୟ ନିଅଇ
ଫୁଲ ବଉଳବେଣୀ
ବାର ମାସେ ଆମ ବାରଟି ପୁନେଇଁ
ଯାକ ଯମକରେ ହୁଅଇ ।
ଫୁଲ ବଉଳବେଣୀ ।