STORYMIRROR

Nrusingha Narayan Tripathy

Tragedy Crime Inspirational

3  

Nrusingha Narayan Tripathy

Tragedy Crime Inspirational

ପୁଲୱାମା ଧୁମକେତୁ

ପୁଲୱାମା ଧୁମକେତୁ

1 min
1.1K


ପ୍ରେମର ଦିବସେ ସହୀଦର ବେଶେ

ବୀର ସୈନ୍ୟ ସ୍ୱର୍ଗପ୍ରାପ୍ତି 

ନିଷ୍ଠୁର ହୃଦୟ  ଆତଙ୍କବାଦୀଙ୍କ

ଲହୁ ଲୁହେ ଆତ୍ମତୃପ୍ତି ll


ବୀର ସେହିମାନେ ପ୍ରାଣବଳୀ ଦିଏ

ଦେଶ ମାଆ ସେବା କରି

ଫୁଲର ରଥରେ ଜୟ ଜୟ କରେ

ଦେଶ ବାସୀ ମୁଗ୍ଧ ହୋଇ ll


ସମାଜେ କଳଙ୍କ ସନ୍ତ୍ରାସବାଦୀଙ୍କ

ବର୍ବୋଚିତ ଅତ୍ୟାଚାର

ଲୁଚି ଛପି ହତ୍ୟା ଗୁଣ କାତରତା

ଲଜ୍ଜ୍ୟା ହୀନ ବେଭିଚାର ll


ଜାତୀୟ ପଥର ଜାମ୍ମୁ ଶ୍ରୀନଗର

ନମ୍ବର ଚଉରାଳିଶି 

ପ୍ରଭାତ କିରଣ ରକ୍ତରେ ମଳିନ

ସହୀଦ ବୀର ଚାଳିଶି ll


ଦୁଇ ହଜାରର ଉଣେଇଶି ବର୍ଷ 

ଫେବୃଆରୀ ଆଜ ଦିନ

ବିସ୍ପୋରଣ ଘଟେ ଅକାଳ ବିୟୋଗେ

ଦେଶପାଇଁ କଳାଦିନ ll


ଧୂମକେତୁ ପରି କାର ଗଲା ମାଡି

ବିସ୍ପୋରକ ସାଥେ ନେଇ 

ଅଦିଲ ଅହମ୍ମଦ ସେ ସନ୍ତ୍ରାସବାଦ

ଆତ୍ମଘାତୀ ବେଇମାନୀ ll


ଲେଥପୋର ସ୍ଥାନ ଥରେ ବିସ୍ପୋରଣ

ଆଦ୍ନାନର ଷଡଯନ୍ତ୍ରେ

ମହମ୍ମଦ ଇସମାଲ  ଆଲଭି ଯେ ଲମ୍ବୋଁ

ସାଇଫୁଲ୍ଲାହା ର ମନ୍ତ୍ରେ ll


ଜୈଶ ଇ ମହମ୍ମଦ  ଲଷ୍କର ଇ ତୋଇବା

ଆତଙ୍କବାଦୀ ଙ୍କ ଦଳ

ଦେଶ ପାକିସ୍ତାନ ଆତଙ୍କୀର ସ୍ଥାନ

ଦେଶ ପାଇଁ ବଡ କାଳ ll


ଉଣେଇସି ଅଣାନବେ ପରଠୁ ଭାରତେ

ସତୁରୀ ହଜାରେ ମୃତ

ଜାମ୍ମୁ କାଶ୍ମୀରରେ ସନ୍ତ୍ରାସବାଦରେ

ପ୍ରତିବର୍ଷ ମୃତାହତ ll


ଆସିଛି ସମୟ  ନେବାଯେ ଶପଥ

ମାତୃଭୂମି ରକ୍ଷା ପାଇଁ

ଗୁଳିର ଜବାବ ଗୋଳାରେ ଯେ ଦେବା

ବାଲାକୋଟ ଏଥିପାଇଁ ll


ସହୀଦଙ୍କ  ସ୍ମୃତି ପାଳନେ ଜାଗୃତି

ଜାତୀୟତା ଦେଶଭକ୍ତି

ସଲାମ ସହୀଦ ସଲାମ ସହୀଦ

ଧନ୍ୟ ତୁମ ଜାତିପ୍ରୀତି ।।



Rate this content
Log in

Similar oriya poem from Tragedy