STORYMIRROR

Sushantkumar Pradhan

Inspirational

3  

Sushantkumar Pradhan

Inspirational

ପୁଜାରେ ଅତିଷ୍ଟ ଗଣେଶ

ପୁଜାରେ ଅତିଷ୍ଟ ଗଣେଶ

1 min
13.4K


ହାଏରେ ହାଏ ମଣିଷ ହାଏ ମୁଁ ପରା ଦେବତା ଟିଏ 

ନିଜେ ମାର୍ବଲ ଘରେ ରହି 

ମୋତେ ରଖୁଛ ଟେଣ୍ଟତଳେ ।।

ଭୁଲି ମୋର କଥା ରଖି ଏକୁଟିଆ 

କବାଟ ରଖିଲ ମେଲା 

ଖାଇବା ଦରବଚାଖିଦେଇସବୁ 

କୁକୁର ତ ଚାଲିଗଲା ।।

ପିନ୍ଧିବାକୁଦେଲଖଣ୍ଡେଛିଟକନା 

ବସିବାକୁ କାଠ ପଟା 

ନଡା ସୁତୁଲିରେ ବାନ୍ଧିଦେଲମୋତେ  ବିନ୍ଧିଲାଣି ମୋର ଅଣ୍ଟା ।।

ବଜାରରୁ କିଣି ଆଣିଲ ଉଖୁଡା 

ଖାଇବାକୁ ଦେଲ ମୋତେ 

ଛୋଟ ବୋତଲରେ ଗଙ୍ଗାଜଳ

ଦେଇ କହିଲ ରଖିଥା ପାଖେ ।।

ଚାଉଳ ଅବା ପନିପରିବା 

ଯାହା ଥିଲା ମୋ ପାଇଁ 

ବ୍ରାହ୍ମଣ ସେତକ ନେଇଚାଲିଗଲା 

କିଛି ତ ରଖିଲା ନାହିଁ ।।

ଉପାସରେ ମୋତେ ଗୁଡାଏଦିନ 

ରଖିଲ ଏକା କରି 

ଚିଲି ଚିକେନ ବିଅର ମାଡ 

ନାଚିଲ ହାଲା କରି ।।

ଡିଜେ ସାଉଣ୍ଡ ଭଙ୍ଗା ଟ୍ରାକ୍ଟର 

ଡାଲାରେ ମୋତେ ରଖି 

ବୁଲେଇ ନେଲ ଗଳିକି ଗଳି 

ନାଚିଲ ମନ ଲାଖି ।।

ବଳକା ଧୂପରେ ଧୂପ ଦେଇ ମୋତେ 

ପୋଖରୀ କୁଳରେ ରଖି 

ଉଠେଇ ପକେଇ ଗଡେଇ ତଡେଇ 

ପାଣିରେ ଦେଲ ଫିଙ୍ଗି ।।

ଭାରି କଷ୍ଟ ଲାଗୁଛି ମୋତେ 

ଆଉ ଆସିବନି ଭାବୁଛି 

ବାପା ମାଆଙ୍କୁ କହି ଦେବି ମୁଁ 

ଯଦି ଏତେ ଦଶା ଭୋଗୁଛି ।।

ଧନ୍ୟ ଧନ୍ୟ କଳି ଯୁଗ ଭାଇ ବଢେ ଦେବତାଙ୍କ ଦୁଃଖ 

ବଡଘର ପୁଅ ପାର୍ବତୀ ତନୟ 

ପିତା ଯା'ର ମହାଦେବ ।।

ସୁଶାନ୍ତ ପ୍ରଧାନ 

  ବନ୍ଧହୁଡା 

ନରସିଂହପୁର କଟକ 

**************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational