STORYMIRROR

Pranati Mahapatra

Inspirational

2  

Pranati Mahapatra

Inspirational

ପଟିଦିଅଁ ମୋର କଳାଗୋସାଁଇ

ପଟିଦିଅଁ ମୋର କଳାଗୋସାଁଇ

1 min
13.2K


ପଟିଦିଅଁ ମୋର କଳାଗୋସାଇଁ
🕉👏👏🕉👏👏🕉

ବରଷକେ ଥରେ ସୁଗନ୍ଧ ଚନ୍ଦନେ
ଢାଳି ସୁନାକୁଅ ପାଣି,
ମହାଆନନ୍ଦରେ ମହାସ୍ନାନ କରୁ
ସାଥେ ଭାଇ ଓ ଭଉଣୀ।
ଲୀଳାମୟ ପୁଣି କେତେ ଲୀଳାଖେଳା
କରୁ ଏ ମର୍ତ୍ତ୍ୟ ମଣ୍ଡଳେ,
ଚିତ୍ରଶିଳ୍ପୀ ଙ୍କର ବେଉସା ବଢାଉ
ପଟିଦିଅଁ ପୂଜା ମେଳେ।
ସ୍ନାନ କରି ଶୋଉ ଅଣସର ଘରେ
ଜ୍ୱର ବାହାନାରେ ତୁହି,
ଅଲାରନାଥରେ ଦରଶନ ଦେଉ
ଶ୍ରୀମନ୍ଦିର ଶୂନ୍ୟ ଥାଇ।
ତୋ ସ୍ନାହାନ ଦିନେ ମୋହର ଜନମ
କେଡେ ଭାଗ୍ୟବତୀ ମୁହିଁ,
ହେଲେ ପଟିଦିଅଁ ଦରଶନ କିବା
ଭାଗ୍ୟରେ ମୋହର ନାହିଁ?
ମନପ୍ରାଣ ସଦା ଝୁରୁଛି କାଳିଆ
ତୋ ରୂପ ଦେଖିବା ପାଇଁ,
ଭାବର ଠାକୁର ଆହେ ଭାବଗ୍ରାହୀ
କୃପା ନେତ୍ରେ ଦିଅ ଚାହିଁ।
ତୁହି କରୁଥାଉ,ତୁ ପୁଣି କରାଉ
ତୋ ବିନୁ ଅନ୍ୟ କେ ନାହିଁ,
ମୋ ଭାଗ୍ୟର ଡୋର ତୋ ଆଡକୁ
ଟାଣି ନେ କଳାଗୋସାଇଁ।
ଆକୁଳବିକଳେ କରପତ୍ରଯୋଡି
ଚାହିଁ ଛି ତୋ କରୁଣାକୁ,
ପଟିଦିଅଁ ଆଉ ଅଲାରନାଥରେ
ଦେଖିବି ମୋ କାଳିଆକୁ।
ପ୍ରଣତି ମହାପାତ୍ର
ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational