STORYMIRROR

Shiba Charan Mahapatra

Abstract Tragedy

4  

Shiba Charan Mahapatra

Abstract Tragedy

ପତ୍ରଝଡା ଦିଏ ଏ ଜୀବନ

ପତ୍ରଝଡା ଦିଏ ଏ ଜୀବନ

1 min
294


ପଚାରିଲି ହୃଦୟକୁ କହରେ ହୃଦୟ 

ଜାଳିଛି କି ଏ ଜୀବନେ ପତ୍ରଝଡା ଭୟ !?


ଦେଖିଛ କି ଜୀବନର ସେ ଦାରୁଣ ବେଶ

ଶୁଣିଛ କି ସମୟର ବିକଟାଳ ହସ !?


ମୁରୁକି ହସି କହିଲା କିଏ ସେ ଦେଖିନି

ଜୀବନ ଚକ୍ର ବଳୟେ କିଏ ସେ ଜଳିନି !?


ପବମାନ ପ୍ରତିକୂଳେ ଜୀବନ ବୋଇତ 

ଅଚିରେ ବୋହି ଆଣିଛି ଦୁଃଖ ପାରିଜାତ ! 


ଅଜାଣତେ ମାଟି ଚୁମି ଶୋଇଛି ସପନ

ସମୟ ଦୋଳିରେ ପୁଣି ଖସିଛି ଜୀବନ ! 


କ୍ଳେଶ ଝଡେ ଦୋହଲିଛି ଦମ୍ଭ ଛାତିହାଡ

ଜୀବନ ଯନ୍ତ୍ରଣା ଶେଜେ ଭାଙ୍ଗିଛି ପହଡ !


ପତ୍ରଝଡା ବେଳେ ଲାଗେ ଏକାକୀ ଜୀବନ 

ପ୍ରିୟା ପ୍ରିତି ପରିଜନ ଶୂନ୍ୟ ମହାଶୂନ୍ୟ ! 


ଝଡିଲେ ଗଛ ପତର କହେ ନୂଆ କଥା

ସବୁଜ ବନାନୀ ହସେ ପଲ୍ଲବ ମୁକୁତା !  


ଦୁଃଖ ଅନ୍ତେ ଯେହ୍ନେ ସୁଖ ଫୁଲର ତୋରଣ 

ସେ ଭାବେ ଜୀବନ ଚକ୍ର ଚୁମଇ ଫଗୁଣ ! 


ଅନୁଭୂତି ଅଭିଜ୍ଞତା ନୂତନ ଖସଡା 

ସଭିଙ୍କ ଜୀବନେ ଆଣେ ନବ ପତ୍ରଝଡା !


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract