STORYMIRROR

banaja nandini mishra

Inspirational

4  

banaja nandini mishra

Inspirational

ପତିପତ୍ନୀ

ପତିପତ୍ନୀ

1 min
233


ସୁନ୍ଦର ସଂସାର ଗଢିବା ପାଇଁ କି

ପତିପତ୍ନୀ ର ଜୀବନ

ସୁଖଦୁଃଖ ଭୋଗ ତ୍ୟାଗ ସବୁଥିରେ

ଦୁହେଁ ଅଟନ୍ତି ସମାନ ।


ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଦୁହେଁ

ନଥାଏ ଯହିଁ ସନ୍ଦେହ

ଜଣେ ଜଣକର ଛାୟା ହୋଇଥିଲେ

ଆର ଜଣେ ତାର ଦେହ ।


ଲୁଚା ଛପା କଥା ରହିଥିଲେ ତହିଁ

ସମ୍ପର୍କ ମଧୁର ନୋହି

ସୁଯୋଗ ମିଳଇ ଶତ୍ରୁଙ୍କୁ ସେଠାରେ

ପଶିବେ ନିଶ୍ଚେ ଧସେଇ ।


ତୃତୀୟ ବ୍ୟକ୍ତି ର ପ୍ରବେଶ ହୋଇଲେ

ସମ୍ପର୍କଟି ଭାଙ୍ଗି ଯିବ

ସମ୍ଭବ ହେବନି କେବେ ଏହି କଥା

ଯେବେ ବୁଝାମଣା ଥିବ ।


ଦୁହେଁ ଦୁହିଁଙ୍କର ମାନ ଅଭିମାନ

ଦୁହିଁଙ୍କୁ ଅଜାଡୁ ଥିବେ

ଦୁଃଖେ ଆଉ ସୁଖେ ଦୁହେଁ ଦୁହିଁଙ୍କର

ପାଖେ ପାଖେ ରହୁଥିବେ ।


ଦୁହେଁ ଦୁହିଁଙ୍କର ସେବା କରୁଥିବେ

ଶରୀର ଅସୁସ୍ଥ ବେଳେ

ଶାଶ୍ୱତ ପ୍ରେମ ଚିରନ୍ତନ ହୋଇ 

ରହିଥିବ ଚୀର କାଳେ ।


ପତିପତ୍ନୀ ଏକ ଏମିତି ସମ୍ପର୍କ

ବନ୍ଧା ସୁଦୃଢ ବନ୍ଧନେ

ଜଣେ ଜଣକର ବିନା ରୁହେ ନାହିଁ

ଦଣ୍ଡେ ଅବା ଗୋଟେ କ୍ଷଣେ ।


ସ୍ୱାର୍ଥର ସ୍ଥାନ ନାହିଁ ସେ ସମ୍ପର୍କେ

ନାହିଁ ଛଳନା ଭୟ

ଦୁହିଁଙ୍କର ମନ ମିଶି ଯାଉଥିଲେ

ଜୀବନ ଆନନ୍ଦ ମୟ ।


ଜଣେ ନାବ ହେଲେ ଜଣେ ନାଉରି

ଜଣେ ସାଗର ଜଣେ ଲହଡି

ସଂସାର ସାଗର ପାରି ହୋଇଯିବେ

ଆନନ୍ଦେ ଆହୁଲା ମାରି ।


ସ୍ବର୍ଗୀୟ ଭାବନା ରହିଥିଲେ ତହିଁ

ସମ୍ପର୍କ ଟି ସ୍ୱର୍ଗ ହେବ

ଯେତେ ବାଧାବିଘ୍ନ ଆସୁ ସେ ସମ୍ପର୍କେ

ସବୁ ଦୂର ହୋଇ ଯିବ ।


ପରସ୍ପର ପରସ୍ପରକୁ ସମ୍ମାନ

କରିବା ନିହାତି ଲୋଡ଼ା

ମନ ବିବେକକୁ ଗୁନ୍ଥ ଏକ ସୂତ୍ରେ

ହସୁ ଏ ଜଗତ ସାରା ।


Rate this content
Log in

Similar oriya poem from Inspirational