STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପତି ପତ୍ନୀ

ପତି ପତ୍ନୀ

1 min
347

ପତି ପତ୍ନୀ ଶବ୍ଦ ଅମୂଲ୍ୟ ଶବ୍ଦରେ

  ସମର୍ପଣ ଭାବ ଯହିଁ,

ମନୁଷ୍ୟ ସୃଜନେ ପ୍ରତିମୂର୍ତ୍ତି ଦୁହେଁ

  ଧାତାର ବିଧାନ ତହିଁ।


ପତି ପତ୍ନୀ ବିନୁ ମାନବ ସମାଜ

  କରିବା କଳ୍ପନା ବୃଥା,

ଗଢୁ ଥାନ୍ତି ଦୁହେଁ ଠାକୁର ଇଙ୍ଗିତେ

  ବ୍ରହ୍ମାଣ୍ଡର ଏହୁ କଥା।


ପବିତ୍ର ବନ୍ଧନ ପତି ପତ୍ନୀଙ୍କର

  ନିସ୍ବାର୍ଥର ଭାବ ତହିଁ,

ଏକ ମନ ପ୍ରାଣେ ହୃଦେ ପ୍ରେମ ଭାବ

  ମନୁଷ୍ୟ ନିର୍ମାଣ ଯହିଁ।


ସବୁ କରୁ ଥାନ୍ତି ବ୍ରହ୍ମାଣ୍ଡ ଠାକୁର

 ସୃଷ୍ଟିର ନିର୍ମାଣ ପାଇଁ,

ନାହିଁ ତାଙ୍କ ବିନୁ ଅସ୍ତିତ୍ୱ କାହାର

 ଏହୁତ ନୀଳାର ଭୁଇଁ।


ସନ୍ତାନ ଉତ୍ପନ୍ନ ପତି ପତ୍ନୀ ବଳୁ

  ପବିତ୍ର ବନ୍ଧନ ଏହୁ,

ପାଳନ ପୋଷଣ କରନ୍ତି ସନ୍ତାନେ

  କରନ୍ତି ଶିକ୍ଷିତ ଏହୁ।


ଜ୍ଞାନର ପ୍ରଦୀପ ଅଙ୍କୁରାରୋପଣ

  କରୁଥାନ୍ତି ସନ୍ତାନରେ,

ଆଦର୍ଶ ମନୁଷ୍ୟ ନିର୍ମିତ କରନ୍ତି

  କରିବ କାର୍ଯ୍ୟ ରାଷ୍ଟ୍ରରେ।


ସତ୍ୟ ଧର୍ମ ତ୍ୟାଗ ଭକ୍ତି ସମଭାବ

 ଦିଅନ୍ତି ଶିକ୍ଷା ସନ୍ତାନେ,

ଈଶ୍ବରଙ୍କ ଭକ୍ତି ସର୍ବୋତ୍ତମ ଶିକ୍ଷା

 ଦେଉଥାନ୍ତି ସବୁଦିନେ।


ମାନବ କଲ୍ୟାଣ ସେବା ହିଁ ସର୍ବୋଚ୍ଚ

 ରାଷ୍ଟ୍ର ଭକ୍ତି ସର୍ବୋପରି,

ପ୍ରେରିତ କରନ୍ତି ସନ୍ତାନେ ତାଙ୍କର

 ପତି ପତ୍ନୀ ଧର୍ମ ଧରି।


ମାତୃଭାଷା ଶିକ୍ଷା ସନ୍ତାନେ ଦିଅନ୍ତି

 ନାହିଁ ଅନ୍ୟ ଭାଷା ତହିଁ,

ଗୀତା କୃଷ୍ଣ କଥା କୁହନ୍ତି ସନ୍ତାନେ

 କଥା ଅହିଂସାର ତହିଁ।


ମହାତ୍ମା ଗାନ୍ଧୀଙ୍କ ମନ୍ତ୍ର ଅହିଂସାର

  ସନ୍ତାନେ ଦିଅନ୍ତି ଭରି,

ଜୀବ ହିଂସା ପାପ ସନ୍ତାନେ କୁହନ୍ତି

  ପତି ପତ୍ନୀ କର୍ମ ଧରି।


ତାଙ୍କରି ସନ୍ତାନେ ପବିତ୍ର ବନ୍ଧନେ

  ବାନ୍ଧି ଥାନ୍ତି ଚକ୍ର ବଳୁ,

ପତି ପତ୍ନୀ ରୂପ ଶବ୍ଦ ହୁଏ ତହୁଁ

  ପ୍ରଭୁଙ୍କ ସଂକେତ ବଳୁ।


ଝିଅ ବିଭା କରେ ଅନ୍ୟ ଘରେ ନେଇ

  ପୁଅ ବହୁ ଅନ୍ୟ ଘରୁ,

ମନୁଷ୍ୟ ସମାଜ ନିର୍ମାଣ ତହିଁରେ

  ସୃଷ୍ଟିର ନିର୍ମାଣ ଚରୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract