STORYMIRROR

Sudhir Kumar Panda

Romance

3  

Sudhir Kumar Panda

Romance

ପଥରର ପ୍ରେମ ଭାଷା

ପଥରର ପ୍ରେମ ଭାଷା

1 min
11.6K

ପଥର ଦେହର ଫୁଟିଛି ହୃଦୟ ଫୁଲ

ଦେଖି ନିଅ ଏଇ ଆଖିରେ ପ୍ରେମର ଝୁଲ

ପ୍ରେମରେ ପଥର ଦେହରୁ ନିଗଡେ ପାଣି

ତୁମ ପ୍ରେମ ଆଗୁ ଏ କଥା ନଥିଲି ଜାଣି।

ତୁମ ଦରଶନେ ଫୁଟିଛି ହୃଦୟେ ଫୁଲ

ଆଶ ପାଶେ ପ୍ରୀୟେ ଦିଅ ତାକୁ ତାର ମୂଲ।

ତାହାରି ସୁବାସ ପରଶେ ତୁମରି ଲାଗି

ତୁମରି ପରଶ କାମନାର ଆଶା ଜାଗି।

ଟାଆଁସିଆ ରୂପ ଦେଖି କରନାହିଁ ପର

ଛୁଇଁ ଦେଖ ଏଇ ହୃଦୟ କୋମଳ ମୋର।

ସେ କୋମଳ ହୃଦେ ଲେଖିଛି ତୁମରି ନାଆଁ

କୋମଳ ନାଲିଆ ହୃଦୟେ ପ୍ରେମର ନିଆଁ।

ବାହୁ ପ୍ରସାରି ମୁଁ ଚାହିଛି ତୁମରି ପଥ

ତୁମରି ହଁ ଠାରେ ପୁରା ହେବ ମନୋରଥ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Romance