ପଥରେ ପଥର
ପଥରେ ପଥର
ପଥରେ ପଥର ହୋଇ ପଡିଥିଲା
ନାରୀ ରୂପ ଦେଲ ତାହାକୁ,
କୁବୁଜାକୁ କଲ ସୁନ୍ଦରୀ ରମଣୀ
ଯଶ ରହିଗଲା କାଳକୁ।
ପାଣ୍ଡବ ନାରୀ କୁ କୋଟି ବସ୍ତ୍ର ଦେଲ
ରକ୍ଷାକଲ ମୃଗ ନାରୀକୁ,
କାକ କୁ କରିଲ ଚତୁର୍ଭୁଜ ପ୍ରଭୁ
କି କହିବି ତୋ ମହିମାକୁ ।
ହିରଣ୍ୟକଶିପୁ ନଖେ ବିଦାରିଲ
ନାରାଚେ ମାରି ରାବଣକୁ
ବିଭୀଷଣ ରାଜା କଲ ଯେ ଲଙ୍କାରେ
ଧନ୍ୟ ତୋ ପ୍ରଭୁ ପଣିଆକୁ ।
ବନ୍ଧୁ ମାହାନ୍ତି କୁ ବନ୍ଧୁ ବୋଲି ଡାକି
ଭୋଗ ବଢାଇଲ ହାତକୁ,
ଦାସିଆ ବାଉରୀ ଶ୍ରୀଫଳ ଘେନିଲ
ରଖିଲ ଭକତ ଟେକକୁ ।
ଭକତ ବିଦୁର ସାଗ ଭଜା ଦେଇ
ତୋଷ କରିଦେଲା ମନକୁ,
ଗଙ୍ଗାରେ ପାରି କରିଦେଇ ନାଉରୀ
ଧନ୍ୟ କଲା ତା ଜନମକୁ ।
ଶବରୀ ଅଇଁଠା ଖିଆ ରାମହରି
ମାରିଲ ମଧୁ କୈଟଭକୁ
ପ୍ରେମ- ରସାବଳି ଲୋଡାଯେ ତୋହର
ଲକ୍ଷ୍ମୀ କାନ୍ତ ଲକ୍ଷ୍ମୀ ନାହାକୁ ।