ପଥର
ପଥର
ନିର୍ଜୀବ ଜଡ଼ ପାଷାଣ ' ପଥର 'ଟିଏ
କହି ପାରେ ନାହିଁ କଥା ପଦିଏ
ନୀରବରେ କିନ୍ତୁ ଜଣାଇ ଦିଏ ଅନେକ କିଛି
ଅଲକ୍ଷ୍ୟରେ କାହାର ତା' ସାଥୀରେ
କେବେ ଯଦି ହୁଏ ଅଚାନକ ଧୋକା
ଆଘାତ ପାଇ ତାର ମୁଣ୍ଡ ଫାଟେ ରକ୍ତ ଝରେ
ଟିକିଏ କଥା ଦିଏ ବହୁତ ବ୍ୟଥା
ସେ ହୁସିଆର କରି ଜଣାଇ ଦିଏ ତାକୁ
ବାଟ ଦେଖି ଚାଲ ଠିକ୍ ଲକ୍ଷ୍ୟ ରଖି
" ମୋ ପରି ହୁଅନାହିଁ କେବେ ପଥରଟିଏ
ହୃଦୟକୁ କର ସୁନ୍ଦର କୋମଳ ପବିତ୍ର
ତା' ବିନା ସଂପର୍କ ସବୁରେ ପାଇବ ଆଘାତ
ଅନୁଭବ କରି ଦେଖ ମୁଁ ପଥର ହୋଇ
ଆଶ୍ରୟ ଦେବାକୁ ଘର ହୁଏ ସମସ୍ତଙ୍କର
ବିରାଟ ପାହାଡ଼ରୁ ଭାଙ୍ଗି ହୁଅଇ ଖଣ୍ଡ ଖଣ୍ଡ
କେବଳ କରିବାକୁ ଜଗତର ଉପକାର
ପ୍ରତିଟି ଜୀବନ ତ୍ୟାଗ ଉତ୍ସର୍ଗର ସମାହାର
ଆୟୁଷ ଯେତିକି ଯା'ର ଅଛି ସଞ୍ଚିତ
ପ୍ରତି ମୁହୂର୍ତ୍ତରେ ହୋଇ ଚାଲେ ତାର କ୍ଷୟ
'ପଥର' ରୁ ' ର ' କାଟି ଦେଲେ ରହେ ' ପଥ '
ପୁନଶ୍ଚ ' ପ ' କାଟି ଦେଲେ ହୁଏ ' ଥର '
ବୁଝାଏ ତା' ପଥ ଦେଖି ଚାଲ ଥରକୁ ଥର
ଜୀବନ ଥାଇ ଚେତନ ହୋଇ ହୁଏନା ଜଡ଼
ନିଜକୁ ନିଜେ ହିଁ ସଦାସର୍ବଦା ସଜାଡ଼
ନିଜର ଆତ୍ମବିଶ୍ଵାସକୁ ଦୃଢ଼ କରି ରଖ
ଜୀବନର ମହତ୍ଵ ଗୁରୁତ୍ଵ କ'ଣ ଶିଖ
ନ ହେଲେ ଜଣେ ହେବ ମୋ ପରି ପଥର
କେବେ କାହାଠୁ ପାଇବନି ଟିକିଏ ଆଦର ।।
