ପଥର
ପଥର
- ଦୁଃଖ ସୁଖ ହେଲେ ପଥର ଦୁଇ
- ଜଣେ ମୁରତି କୁ ଆନଟି ଭୂଇଁ।
- ଖଦାନରୁ ଦୁହେଁ ଆସିଲେ ଆମେ
- ଲାଗିବାକୁ ଏହି ମନ୍ଦିର କାମେ।
- ବିଛାଇଲେ ମତେ ଭୁଇଁରେ ଧରି
- ପୂଜାକଲେ ତତେ ଦେବତା କରି।
- ମୋଦେହେ ଚାଲନ୍ତି ଜୋତାରେ ଚଢି
- ଭୋଗରାଗ ତତେ ଘଡିକୁ ଘଡି ।
- ଭକତ ପୂଜନ୍ତି ମୁଣ୍ଡିଆ ମାରି
- ମତେ ଅପମାନ ଲଗାଇ ଭାରି ।
- ମୁରତି କହିଲା ଜାଣିଛି ଭାଇ
- ଆସିଥିଲେ ଦୁହେଁ ଏଠାକୁ ବୋହି।
- କାରିଗର ତାର ହାତରେ ଧରି
- ପିଟିଗଲା ମତେ ଗଲି ବି ଡରି ।
- ନିହାଣ ମୁନରେ ଆଘାତ ଦେଇ
- ମୁଗୁର ପ୍ରହାର କରିଲା ନେଇ ।
- ହାଣି ମାରି କାଟି ଖୋଳିଲା ବସି
- ମୁଖ ହାତ ଗୋଡ଼ ଗଢିଲା ଘଷି ।
- ସହିଥିଲି ସବୁ କଷଣ ଦିନେ
- ଆଜି ଦିଅଁ କରି ପୂଜନ୍ତି ଜନେ ।