STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ପଥର ହୃଦୟ

ପଥର ହୃଦୟ

1 min
114

ଭଙ୍ଗା ମନ

ଆଉ ଚୂନା ଚୂନା ସପନ ମାନଙ୍କର ଗନ୍ତାଘରେ

ଜାକିଜୁକି ହୋଇ ରହିଥିବା

ଦରଦୀ କୋହ ସବୁ

ନିର୍ଜୀଵ ହୃଦୟକୁ

ପଥର କଲେଣି

ନୀଳିଆ ଆକାଶ ଏବେ ଲାଗେ ପୁରା ଫିକା ଫିକା

ଅଥର୍ବ ହେଲିଣି ସବୁ

ନିରୀହ ଆଶା ଆଉ ଭାବନା

ସପନ ରାଣୀ ବି

ଯାଇଛି ରୁଷି

ଆଉ ନିଦରାଜା ବି ହୋଇଛି ଆଜି ପରାଜୟ

ନିର୍ଦୟ ହେଲାଣି ଜୀବନ ଦାନଵ

ସହିବାକୁ ଆଉ

ଧୌର୍ଯ୍ୟ ବା କାହିଁ

ଦେହକୁ କରିଛି

ପାଷାଣର ମୂରତି

ଲୁହକୁ କରିଛି ଜୀବନ ସାଥି

ମରି ମରି

ଜିଉଁଛି

ମନକୁ ମରି

ଆଉ

ସବୁ ସହି

ମଥାକୁ ପାତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract