STORYMIRROR

Prabhanjana Tripathy

Abstract

3  

Prabhanjana Tripathy

Abstract

ପଥପ୍ରାନ୍ତେ

ପଥପ୍ରାନ୍ତେ

1 min
222

ବଶୀକରଣ ପାଖୁଡା ବଦନି

ଉଚ୍ଚାଟନ ତାର ଚାରୁ

ବିଧିସୁନ୍ଦରୀ ସେ ବଣିକଶ୍ରେଣୀ

କାମଦେହୀ ଭୋଳି' ମାରୁ


ବିବେକି ପଣ୍ଡିତ ଅବିବେକି ପ୍ରାୟେ

ଚାହେଁ ବସି ରତୀ ,ମତୀ

ବୁଜି ଇକ୍ଷଣ ଦର୍ଶନ ମାତ୍ରେ ସେ

ନୀଚ କରେ ମାନ ଗତୀ


ବିଲକ୍ଷ ସ୍ୱର' ତକ୍ଷଣ ଶ୍ରବଣେ

ବିଚକ୍ଷଣ ଲକ୍ଷ ଭେଦ

ମାଦକ ପ୍ରାୟେ ,ନିଶାର୍ତ୍ତ କଳ୍ପେ

ମନ୍ଥନେ ହୃଦ ଛେଦ


କି ବିହିଛି ଵିହି, ସୁରସୁନ୍ଦରୀକି

ସେ ଅମୂଲ୍ୟ ଚକିତ ମଣୀ

ପଥ ପ୍ରାନ୍ତେ ଯେବେ ଦର୍ଶନ ମାତ୍ରେ

କି କରି ଭାବରେ ଘେନି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract