STORYMIRROR

Rajalaxmi Tripathy

Tragedy

3  

Rajalaxmi Tripathy

Tragedy

ପଥଚ୍ୟୁତ

ପଥଚ୍ୟୁତ

1 min
26.4K


କେତେ ସହଜରେ

ଭୂଲୁଣ୍ଠିତ ହୋଇ

ସ୍ୱୀକାର କରିନେଲୁ

ସ୍ୱଳ୍ପାୟୁ ସଂଗ୍ରାମର ଜୀବନକୁ।

ରହିଗଲୁ ବନ୍ଦୀ ରୂପେ

ରାତ୍ରିର ଘନ ଅନ୍ଧକାର ଆଉ

ଗୋଧୂଳିର ସଂଶୟକୁ ନେଇ

ଇନ୍ଦ୍ରିୟାବଳୀର ଯେତେ ଅସଂଲଗ୍ନ

ସ୍ପନ୍ଦନ ସମୂହ କୋଠରୀରେ।

ଆନନ୍ଦକୁ ନିରନ୍ତର ଖୋଜି ଖୋଜି

ମେଘାଚ୍ଛନ୍ନ ହୋଇଗଲା

ତୋର ସାଧାରଣ ସୁଖଟି।

।।।ରାଜଲକ୍ଷ୍ମୀ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy