STORYMIRROR

Dr.Omm Prasad Pradhan

Inspirational

3  

Dr.Omm Prasad Pradhan

Inspirational

ପଥଭ୍ରଷ୍ଟ ଯୁବା

ପଥଭ୍ରଷ୍ଟ ଯୁବା

1 min
215


କହିଲେ କହିବ କହୁଛି

ଦେଶ ସାରା ଆଜି ନଗରା ବାଜୁଛି 

ଯୁବା ପଥଭ୍ରଷ୍ଟ ହୋଇଛି

ସଂସାର ଯାକର ଜ୍ଞାନ ଅରଜି ବି 

ଅଜ୍ଞାନ କଳଙ୍କ ବୋଳିଛି

ଅନ୍ୟାୟ, ଅନୀତି ,ଦୁର୍ନୀତି ର ଚେର  

ତାଳୁ ରୁ ତାଳିପା ଲମ୍ବିଛି

ଭାରତ ସଂସ୍କୃତି ହେଉ ଅଧୋଗତି  

ଏହା ସେ ଶପଥ ନେଇଛି

ଏଠି ଯୁବା ପଥଭ୍ରଷ୍ଟ ହୋଇଛି

ପର ସଂସ୍କୃତି କୁ ଆପଣାର କରି

ନିଜ ସଂସ୍କୃତି କୁ ଭୁଲିଛି

ଆଜି ଯୁବା ପଥଭ୍ରଷ୍ଟ ହୋଇଛି

ପର ଦେଶ ରେ ନିଜକୁ ବିକିଣ

ଅର୍ଥ ଉପାର୍ଜନ କରୁଛି  

ମାତୃଭୂମି ମାତୃଭାଷା ର ମମତା

ଧୀରେ ଧୀରେ ଭୁଲି ଯାଉଛି

ଆଜି ଯୁବା ପଥଭ୍ରଷ୍ଟ ହୋଇଛି

ଯୌତୁକ ଯୌତୁକ ଶାଶୁ ଘର ଟେକ

ନଦେଲେ ନିଆଁ ରେ ଜାଳୁଛି

ଏଠି ବଧୁ ହତ୍ୟା ନୀତି ଘଟୁଛି

ନିଶା ବ୍ୟାଧି ଆଜି ଦେଶ ରେ ଅବଧି

ଯୁବା ଶକ୍ତି ଭୋଗ କରୁଛି  

ଆଜି ଯୁବା ପଥଭ୍ରଷ୍ଟ ହୋଇଛି

କାହିଁ କେଉଁ ଘରେ ନିଶା ଖାଇ ମରେ

ଭଲା ଯୁବା ଜନ୍ମ ନେଇଛି

ଖାଲି ନୁହେଁ ପଥଭ୍ରଷ୍ଟ ବ୍ୟଭିିଚାରୀ ସାଜିଛି

ଦେଶଭକ୍ତି ନାମେ ଦେଶ ଲୁଣ୍ଠନ କରୁଛି

ପୌରୁଷ ହରାଇ ନିଜ ମର୍ଯ୍ୟାଦା ହାରୁଛି

ନାରକୀୟ କାଣ୍ଡ ଏବେ ନିଇତି କରୁଛି   

ଅଭିନେତା ଆଦର୍ଶ କୁ ଆବୋରି ନେଇଛି

ଦେଶ ଭକ୍ତ ବୀର ବୋଲି ଦେଖାଇ ହେଉଛି

ନେତାଜୀ ଚରିତ୍ର ସିଏ ପାସୋରି ଯାଇଛି

ଭଗତ ସିଂ କିଏ ବୋଲି ପ୍ରଶ୍ନ ସେ କରୁଛି

ଆଜି ଯୁବା ପଥଭ୍ରଷ୍ଟ ହୋଇଛି

ବାସ୍ତବିକ ଦୁନିଆ ରୁ ବିରତି ନେଇଛି

ଡିଜିଟାଲ ଦୁନିଆ ରେ ପାଦ ସେ ଥାପିଛି

ମାନବ ନହେଇ ଯନ୍ତ୍ର ମାନବ ସାଜିଛି

ମାନବିକତା ର ମନ୍ତ୍ର କେବେଠୁ ଭୁଲିଛି

ନିଜେ ବଦଳିଲେ ଯୁଗ ବଦଳିବ ଭାଇ

ନିଜେ ସୁଧୁରିଲେ ଯୁଗ ସୁବର୍ଣ୍ଣ ଯେ ହୋଇ

ଏହା ମୁଁ କହୁଛି ନିତି ପ୍ରତିଦିନ ଭାଇ

ଶୁଣିଲେ କବିତା ମୋର ସାର୍ଥକ ଯେ ହୋଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational