ପଥ
ପଥ
ଚିନ୍ତା ପଥଟା ନିଶବ୍ଦ ଲଗାଇ,
ନିରାଶ ପଥଟା ଗୋଟା,
ଭରଷା ପଥଟା ଚାରି ବାଟିଆ ଲୋ,
ଆଶା ର ପଥଟା ଫଟା ll
ଭାବନା ପଥଟା ତିନି ବାଟିଆ ଯେ,
କାମନା ପଥଟା ଉଚ୍ଚା,
ବାସନା ପଥଟା ଉଠାଣିଆ ବାଟ,
ଯାତନା ପଥଟା ନିଚା ll
ସଂସାର ପଥଟା ପାହାଡିଆ ବାଟ,
ସମ୍ପର୍କ ପଥଟା କଣ୍ଟା,
ବୁଝାବଣା ପଥ ବଙ୍କେଇ ଯାଏ ଲୋ,
ଅବୁଝା ପଥଟା ଥୁଣ୍ଟା ll
ସ୍ୱର୍ଗ ପଥଟା ଅଦୃଶ୍ୟ ଲାଗଇ,
ପାପର ପଥଟା ସିଧା,
ମୃତ୍ୟୁ ପଥଟା ବଡ ସମାନ୍ତର,
ହୁଏ ନାହିଁ ଅସୁବିଧା ll
ମୁକ୍ତି ପଥଟା ଯୁକ୍ତି ବଢ଼େଇ,
କରେ ସବୁ ତନା ଘନା,
ପୂନ୍ୟ କରିଥିଲେ ମୁକ୍ତି ମିଳଇ,
ନହେଲେ !!!
ବିଲୁଆ ନନା ରେ ବିଲୁଆ ନନା !
ଘର ପୁଡ଼ିଗଲା ପଛକୁ ଅନା !
