Ashok Kumar Pradhan

Thriller Others

3  

Ashok Kumar Pradhan

Thriller Others

ପଥ ଅସମାପ୍ତ

ପଥ ଅସମାପ୍ତ

1 min
12.2K


ଅଣ ଓସାରିଆ ଲମ୍ବା ଚଉଡା ପାହାଡ଼ର ବୁକୁ ଚିରି, 

କଳା ମଚମଚ ଅବା କର୍ଦ୍ଦମାକ୍ତ ପଥପ୍ରାନ୍ତେ ଅପସରି ll

ବକ୍ଷରେ କେତେ ଯାନବାହାନ ଆଉ ପଥଚାରୀ, 

ପଣ୍ୟ ଦ୍ରବ୍ୟ ପୁଣି ପରିଦର୍ଶନାର୍ଥ ଅଭିଳାଷ ଅଭିସାରୀ ll


ନିଥର ମରୁର ତତଲା ହାୱାରେ କ୍ଷଣେ କ୍ଷଣେ ସିଝୁଥାଏ, 

କଳା ଧୂଆଁ ଛାଡ଼ି ଶବଦ ଛୁଟାଇ ଗାଡି ଗଡି ଗଡି ଯାଏ ll

ହିସାବ ନାହିଁ କେଉଁ ଆଦିମରୁ ସେଇଠି ପଡିଛି ରହି, 

କେତେ ମଲାଟର ଆଚ୍ଛାଦନେ ରୂପରଙ୍ଗ ବଦଳି ଯାଇ ll


କେବେ ଥିଲା ପାଦଚଲା ଅଙ୍କା ବଙ୍କା ସରୁ ଡଗରଟିଏ, 

ଆଜି ରାଜରାସ୍ତା ଭାବେ ଗଣା ଗମନର ପଥ ହୁଏ ll

ତା ବୁକୁରେ ପରିବହନ ହୁଏ ରପ୍ତାନି ଓ ଆମଦାନୀ, 

ଅର୍ଥନୀତି ତେଣୁ ଦମ୍ଭ ଧରି ଛିଡା ପ୍ରଗତିର ସଂସାଧନୀ ll


ଗାଁ ରୁ ସହର ଦେଶରୁ ବିଦେଶ ଯୋଡ଼େ ଭାବ ସମ୍ପର୍କରେ, 

ସୀମା ସରହଦ ନଈନାଳ ବିଲ ଯେବେ ଅତିକ୍ରମ କରେ ll

ନୀରବରେ ପଡି ରହିଥାଏ ଲକ୍ଷେ କଷ୍ଟ ବକ୍ଷେ ସହି, 

ଆଦ୍ଯରୁ ଅନ୍ତ ସେବାନିବୃତ ଅସରନ୍ତି ପଥ ହୋଇ ll


Rate this content
Log in

Similar oriya poem from Thriller