STORYMIRROR

Akshayakumar Dash

Inspirational

4  

Akshayakumar Dash

Inspirational

ପଶୁ ପକ୍ଷୀଙ୍କ ଭାଷା

ପଶୁ ପକ୍ଷୀଙ୍କ ଭାଷା

1 min
23.6K


ଭାଷା କେବଳ ମଣିଷଙ୍କ ପାଇଁ

ମନର ଭାବ ବିନିମୟ କରି

ନିଜକୁ ଚତୁର କଥାକାର ଭାବେ

କବି କବିତାରେ ଈଶ୍ୱର ବୋଲାଏ

ନେତା କି ଅଭିନେତା ଦର୍ଶକ କୁଁ ଜିଣେ

ବେପାରୀ କି ଶିକ୍ଷକ ଭାଷାର ଚାକର

ପୃଥିବୀର ମଣିଷର ଅଗଣିତ ଭାଷା

କିଏ ଜାଣେ ସବୁ ଭାଷା

ଅନ୍ଧାରରେ ଖଦ୍ୟୋତର ଆଭା

ମାନବ ଯେତିକି ସାମର୍ଥ

ସେତିକିବି ଆର୍ତ୍ତ,ଅସହାୟ

ଭୂତାଣୁରୁ ପ୍ରମାଣିତ

ବୃଥା ଅସ୍ପଲନ, ଗର୍ବ, ଅହଂକାର

ବୁଝିବାକୁ ପଡ଼ିବ ଆମକୁ

ପଶୁପକ୍ଷୀ ଭାଷା, ଶିଖିବାକୁ ହେବ

ତାଙ୍କଠାରୁ ବଞ୍ଚିବାର କଳା

ପଢିବାକୁ ଯିବା ଯେବେ ବହି

ମଣିଷ ହୋଇଛି ପଶୁ 

ପଶୁ କିନ୍ତୁ କରୁଣାରେ ବିବେକ ଭିତରେ

ମଣିଷକୁ ଘୃଣା କରେ 

 ସ୍ୱାର୍ଥ ର ପାହାଡ ଉପରେ ବସି

ନିଜକୁ ପ୍ରଜ୍ଞାନ ବିଚାରୀ

ସମସ୍ତଙ୍କ ପାଇଁ ପଥର ଦେବତା

ମିଥ୍ୟା ଅଭିନୟ,ପୂଜାପାଠ

ହାତୀ ,ବାଘ ,ଭାଲୁ କେବେ ହିଂସ୍ର ହେଲେ

ସର୍ପ ର ଦଂଶନ ବା ମଧୁମଖିକା ର 

ପିମ୍ପୁଡିବି ପ୍ରତିକ୍ରିୟାଶୀଳ

ସବୁ ଅନିଷ୍ଟ କାରଣ ତ ଲୋକେ

ଈଶ୍ୱରଙ୍କ ରାଇଜରେ ମାନବ ରାକ୍ଷସ ।


Rate this content
Log in

Similar oriya poem from Inspirational