STORYMIRROR

Ram Prasad Bisoi

Abstract

3  

Ram Prasad Bisoi

Abstract

ପର୍ଯ୍ୟଟକ

ପର୍ଯ୍ୟଟକ

1 min
337


ଅଵଶ୍ୟମ୍ଭାବି 

ସମ୍ପର୍କର ଭାବନା,


ଅନେକ କଳ୍ପନା ଜଳ୍ପନା ଭିତରେ

ଭାଙ୍ଗି ଯୋଡି ଚାଲୁଥିବା

ନିରୀହ ଜୀବନ,


କେତେବେଳେ

ଆକାଶରେ ଦେଖା ଯାଉଥିବା 

ମନଲୋଭା ଇନ୍ଦ୍ରଧନୁ ତ କେତେବେଳେ 

ନିଷ୍ଠୁର 

ପ୍ରାକୃତିକ ବିପର୍ଯ୍ୟୟ

ଆଉ

ଶ୍ୱଶାନର 

ଏକ ଦୀର୍ଘ ନୀରବତା

ପ୍ରଭେଦ ଏତିକି

ଉଜୁଡା ନଈ ସ୍ରୋତରେ ଭାଷୁଥିବା ପତ୍ରଟିଏର ବିବଶତା ଆଗରେ

ନଈ ତୁଠରେ ହସି ନାଚୁଥିବା ପବନ ସହ

କାଶତଣ୍ଡି ଫୁଲର ଦୋଳିଖେଳର  

ମାର୍ମିକଭାବ ସହ,

ଅନ୍ତତଃ,

ଜଣେ ବିବଶ

ଆକାଟ୍ୟ ହସ ସହ ଦେଖୁଥିବା

ଦୃଶ୍ୟ

ଦର୍ଶନାଭିଳାଶୀ,


ଜଣେ କେବଳ 

ଜଣେ 

ପର୍ଯ୍ୟଟକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract