STORYMIRROR

ଦୀପଙ୍କର ଦାସ

Tragedy Fantasy Inspirational

3  

ଦୀପଙ୍କର ଦାସ

Tragedy Fantasy Inspirational

ପ୍ରୟାସ

ପ୍ରୟାସ

1 min
389

ଫୁଲକୁ ଭଲ ପାଅ

ବାସ୍ନାର ବ୍ୟାପାର କର

ହୁଏତ ତୁମେ ବି ହେଇଯାଇପାର

ଡକ୍ଟର ରାହତ୍ ଇନ୍ଦୋରି

ପ୍ରେମ କର

ପ୍ରେମରେ ଧୋକା ଖାଅ

ହୁଏତ ତୁମେ ବି ହେଇପାର

ବିଶ୍ଵକବି ଆଉ

ଶୁଣିପାର ସେ ମଧୁର ଡାକ

ଆମର୍ ପ୍ରାନେର ରବି

ଆଉ ଲେଖିପାର ପୁଣି "ଗୀତାଞ୍ଜଳି"

ପ୍ରେମ କର

ପ୍ରେମରେ ଭିଜି ଯାଅ

ହୁଏତ ତୁମେ ବି ହୋଇପାର

ଅମ୍ରିତା ପ୍ରିତମ୍ ଆଉ ଲେଖିପାର

ନିଜ ସାହିର ବିଷୟରେ

"ମେ ତେନୁ ଫିର୍ ମିଲୁଙ୍ଗି"

କଳ୍ପନା କର

କଳ୍ପନାରେ ହଜିଯାଅ

ତମକୁ ବି ମିଳିପାରେ "ଲାବଣ୍ୟବତୀ"

ଆଉ କବିସମ୍ରାଟ ଙ୍କ ଭଳି କୃତି

ଗାଁର ଭାଷାକୁ ଭଲ ପାଅ

ଆଉ ଲେଖ ଲେଖିଚାଲ

ତୁମେ ବି ଲେଖିପାର

"ଧୋଡ ବରଗଚ୍" ଆଉ

ହେଇପାର ଲୋକ

କବିରତ୍ନ ହଳଧର

"ଜାତ୍ ଭିନ୍ ଭିନ୍ ମନୁସ ଗୁଟେ

ଭାଷା ଭିନ୍ ଭିନ୍ ସାହିତ୍ୟ ଗୁଟେ"

ଆରେ ଆରେ ଚାଲୁ ଚାଲୁ ଥାକିଯାଉଛ

ଟିକେ ବସିଯାଅ

ଶୁଣ ସେ ପକ୍ଷୀର ଗୀତକୁ

ଅନୁଭବ କର ସେ ପବନ କୁ

ପିନ୍ଧ ସେ ବସନ୍ତର ହାର

ଆଉ ଲେଖ

ତୁମେ ବି ହେଇପାର ପ୍ରକୃତି କବି ମେହେର

ଆହ୍ବାନ ଶୁଣ ତାକୁ ଗ୍ରହଣ କର

ଲେଖ ଲେଖିଚାଲ

ତୁମେ ବି ହୋଇପାରିବ

ବ୍ୟାସକବି ସେନାପତି

ଆଉ ଲେଖିପାର ପୁଣି "ରେବତୀ"

ଶବ୍ଦ ପଢ଼ ଶବ୍ଦକୁ ଭଲପାଅ

ଶବ୍ଦରେ ହଜିଯାଅ

ହୁଏତ ତୁମେ ବି ହେଇପାର ସୋରଜିନୀ

ଗାଆଁ ବୁଲ

ହୁଏତ ନଥାଇ ପାରେ "ଭୂଗୋଳ ପୋଥି ପତରେ ତାର ନାଆଟି"

ତୁମେ ବି ଲେଖିପାରିବ" ଛୋଟ ମୋର ଗାଁଟି"

ଆଉ ତୁମେ ବି ହେଇପାରିବ ସଚ୍ଚିତାନନ୍ଦ

କଲମ ଉଠାଅ ଛୋଟ ପ୍ରୟାସ ଟେ କର ଆଜି

ତୁମେ ବି ହେଇପାରିବ କବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy