STORYMIRROR

Sarita Rani Mohanty

Abstract

3  

Sarita Rani Mohanty

Abstract

ପ୍ରୟାସ

ପ୍ରୟାସ

1 min
11.9K

ସୁଖ ଦୁଃଖ ଅବା ଆସୁ ଝଡ ଝଞ୍ଜା

      ନିମିଷକେ ହଟି ଯାଏ

ପ୍ରେମ ମୟ ଯଦି ହୁଏ ଏ ଦୁନିଆ

  ଦୁଃଖ ସୁଖ ହୋଇଥାଏ।


ମନ ଆନମନା ହୋଇଯାଏ କେବେ

     ଆୟତ୍ତ କାର ନ ହୁଏ

ଅନ୍ୟ ହୃଦେ ଯାଇ ଘର କରି ବାକୁ

     ଅନ୍ୟ ସବୁ ଭୁଲିଯାଏ।


ପ୍ରେମ ତ ଶାଶ୍ଵତ ଆଉ ଚିରନ୍ତନ

   ସତ୍ୟ ତ୍ୟାଗ ବଳିଦାନେ

ଦରଦୀ ହୃଦଟି ହୁଏ ଆତଯାତ

    ହାରେ ନାହିଁ ଜୀବନରେ।


ଜୀବନେ ଅନେକ ଦେଖା ଦେଇ ଥାନ୍ତି

    ମନ ଜମା ମାନେ ନାହି

ଏମିତି ଜଣେ ଯେ ଦେଖା ସେ ପାଇଲା

   ଆୟତ୍ତ ତା ହେଲା ନାହିଁ।


ଦୁଇଟି ମନ କୁ ଏକା କରି ବାକୁ

   କରୁଥାଏ ସେ ପ୍ରୟାସ

ତା ଭଲ ପାଇବା ଜଣାଇ ପାରେନା

   କରେ ଶେଷେ ଅବଶୋଷ


 ତଥାପି ସଂକଳ୍ପ ନେଲା ସେ ଜୀବନେ

    ତା ଭଲ ପାଇବା ସତ

ଶୟନେ ସପନେ ଅବା ଜାଗ ରଣେ

  ହେଲା ସିଏ ଅାତ ଯାତ।


ମନ ଟିକୁ ତାର ଦେଇ ଦେଲା ସିନା

  ତା ମନ ପାଇଲା ନାହିଁ

ତଥାପି ପ୍ରୟାସ ସଦା ରଖିଥିଲା

    ବିଶ୍ୱାସ ରେ ଥିଲା ଜି ଇଁ।


ତା ଭଲ ପାଇବା ବଖାଣି ଲା ଯାଇ

    ଆଗ ପଛ ନ ଦେଖିଲା

ତା ଆଖିରେ ସିଏ ଦେଖିବ ଦୁନିଆଁ

    ମନ ଖୋଲି କହି ଦେଲା।


ଘର ପରିବାର ସଖା ସହୋଦର

   ନ ଡ ରିଲା ସମାଜକୁ

ତା ଜୀବନ ସାଥୀ କରିବା ପାଇଁ କି

   କଥା ଦେଲା ତା ପ୍ରିୟାକୁ।


ହୃଦଟି ତାହାର ତା ପାଖରେ ଯାଇ

   ଯେବେ ପଡ଼ିଅଛି ବନ୍ଧା

ପ୍ରେମ ଜାଲେ ପୁଣି ସରଳ ମନଟା

    ହୋଇରହିଗଲା ଛନ୍ଦା।


ତା ପ୍ରିୟା ହୃଦକୁ କରି ଗଲା ଜୟ

   ଦୁଇ ମନ ଏକ ହେଲେ

ପ୍ରେମୀ ଯୋଗଳ ର ଦୃଷ୍ଟାନ୍ତ ଦେଇ ସେ

     ପ୍ରେମ କୁ ସାକାର କଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract