STORYMIRROR

Mahesweta Panigrahi

Inspirational Children

3  

Mahesweta Panigrahi

Inspirational Children

ପ୍ରଯୁକ୍ତି ବିଦ୍ୟାର ଝଡି

ପ୍ରଯୁକ୍ତି ବିଦ୍ୟାର ଝଡି

1 min
181


ପ୍ରଯୁକ୍ତି ବିଦ୍ୟାର ଯେତିକି ଉନ୍ନତି

ସଫଳତା ଆଗ ଧାଡ଼ି,

ସହଜ ସୁବିଧା ସରଳ ଭାବରେ

ନୂତନତା ଦେଲା ଯୋଡ଼ି।


ମୋବାଇଲ ଭଳି ବିଜ୍ଞାନ ର ଭେଟି

ଉନ୍ନତ ଶିଖର ସିଡି,

ହାତ ମୁଠା ରେ ସଂସାର ରହିଲା

ଚଳଣି କୁ ଦେଲା ମୋଡ଼ି।


ମହମହ ଯେଉଁ ଚିଠି ର ବାସନା

କେଉଁ ଦିନୁ ଗଲା ଉଡ଼ି,

ଏକ ଠାବେ ଘରେ ନ ବସନ୍ତି ଲୋକେ

ଏକତା କୁ ଦେଲେ ତଡ଼ି।


ସାଧ୍ୟ ବଳେ ଦେଲା ସଭିଙ୍କ ହାତରେ

ଖଣ୍ଡେ ଖଣ୍ଡେ ଯାଦୁ ପେଡ଼ି,

ଅମ୍ବାନୀ ସୂତ୍ର ରୁ ଅନ୍ତର୍ଜାଲ ମୋହେ

ପାଗଳ ଏ ଯୁବ ପିଢ଼ି।


ପିଲାଙ୍କ ହାତରୁ ନେଲା ସେ ଖେଳନା

ବଡ ଙ୍କ ହାତ ରୁ ଘଡି,

ରେଡ଼ିଓ ଟେଲିଭିଜନ ସବୁ ତା' ଅଧୀନ

ଜୀବନେ ଗଲା ସେ ମାଡ଼ି।


ଧୂଳି ବାଲି ଖେଳ କଣ୍ଢେଇର ମେଳ

ପିଲାଏ ଦେଲେଣି ଛାଡ଼ି,

ଦିଶନ୍ତିନି ଆଉ ସାହି ରେ ପିଲାଏ

ଛୁକୁ ଚ୍ଛୁକୁ ରେଳ ଗାଡ଼ି।


ମହାମାରୀ କାଳେ ବିଦ୍ୟାଳୟ ପାଠ

ଘରେ ଆଣି ଦେଲା ଛାଡ଼ି,

ଶିକ୍ଷା ସହ ସବୁ ପ୍ରକାର ବୈଠକ

ଦୂରୁ ଦୁରାନ୍ତରୁ ଯୋଡ଼ି।


ଟିପ ପହଞ୍ଚ ରେ ଦୁନିଆ ଟା ଆଜି

ଦାମୀ ଜିନିଷ ଠୁଁ ଶାଢ଼ୀ,

ହସ୍ତ ଗତେ ଆଜି ରହିଲା ବଜାର

ବଜାର ରେ ନାହିଁ ଧାଡ଼ି।


ଜନମ ପିଲା ଠୁଁ ବୁଢ଼ାବୁଢ଼ୀ ଯାଏଁ

ସଭିଙ୍କ ହାତ ର ନାଡି,

ଚାରିକାନ୍ଥ ଆଡେ ସମାଜେ ସକ୍ରିୟ

ଅଭିନବ ବାର୍ତ୍ତା ଲୋଡ଼ି।


ବଦଳି ଗଲାଣି ପିଲାଙ୍କ ଚଳଣି

ହାତେ ନାହିଁ ପଟା ଖଡ଼ି,

ଭ୍ରାମ୍ୟଭାଷ ହାତେ ପାଠ ଗଲା ନାଶ

କହୁଣୀ ରୁ ଖସି ନେଡି।


ନିଶ୍ଚିତ ଉନ୍ନତି ନାହିଁ ଅବନତି

ଉଚିତ କର୍ମ ର କଡି,

କିନ୍ତୁ, ମର୍କତ ହାତରେ ଶାଳଗ୍ରାମ ସମ

ଦୂରାବସ୍ଥା ଯାଏ ବଢ଼ି।


ଉପଲବ୍ଧ ଏଠି ବିଜ୍ଞାନ ସମ୍ମତେ

ଭଲ ସହ ଭେଲ ଗାଡ଼ି,

ଭଲ ରେ ଚଢିଲେ ଯଶ ରେ ବଢିବ

ଭେଲ ହେଲେ ଯିବ ପଡ଼ି।


ବିଜ୍ଞାନ କାରଣୁ ଯୁଗ ବଦଳିଲା

ଯନ୍ତ୍ର ଯୁଗ ନେଲା ଭିଡ଼ି,

ଜୟ ହେଉ ଜ୍ଞାନ ବିଜ୍ଞାନ ଯୁଗ ର

ପ୍ରଯୁକ୍ତି ବିଦ୍ୟାର ଝଡି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational