STORYMIRROR

pranati Mahapatra

Abstract

2  

pranati Mahapatra

Abstract

ପ୍ରତ୍ୟକ୍ଷ ଅବା ପରୋକ୍ଷେ

ପ୍ରତ୍ୟକ୍ଷ ଅବା ପରୋକ୍ଷେ

1 min
318

ଷଢ଼ମାସ ଉତପ୍ତର ଧରଣୀ

ଅତିଶୟ ଜମା ରହି ହୁଏନି, ଋତୁରାଜ ସିନା ଆସିଛି ମର୍ତ୍ତେ

ଦୂରେଇ ଯାଇଛି ଆମ ପ୍ରକୋପେ।

ପ୍ରତ୍ୟକ୍ଷରେ ଅବା ପରୋକ୍ଷେ ହେଉ

ଏଥିପାଇଁ ଦାୟୀ ଆମେ ତ ରହୁ ,

ବୃକ୍ଷରାଜି କାଟି ସଫା କରିଣ

ବିନାଶକୁ କରିଲେ ଆମନ୍ତ୍ରଣ।

ପକ୍କାଘର ପକ୍ମା ସଡ଼କ କଲେ,

କଳକାରଖାନା ଖେନ୍ଦିଣ ଦେଲେ।

କାଳବୈଶାଖି,ବନ୍ୟା, ବାତ୍ୟା ଆସି

ସବୁଜ ବଳୟ ଦିଏ ବିନାଶି।

ବର୍ଷା, ଶୀତ ପୁଣି ଋତୁ ଯେ ଆନ

ଗ୍ରୀଷମ ପ୍ରଭାବେ ହେଲେ ଉଭାନ।

ଡହଡହ ଖରା ଉତପ୍ତ ମହୀ

ଘୋର ଜଳାଭାବ ନ ହୁଏ ରହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract