STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ପ୍ରତ୍ୟାଗମନ

ପ୍ରତ୍ୟାଗମନ

1 min
805

ବେଳେ ବେଳେ ଜୀବନରେ ଆଗକୁ ବଢ଼ିଯିବା

ନିରାଶା ଭରି ଦିଏ

କିଛି ଗୋଟିଏ ହରେଇ ଦେବା ପରି ଲାଗେ,

ବୋଧହୁଏ ସେଥିପାଇଁ "ପ୍ରତ୍ୟାଗମନ"ର ସୃଷ୍ଟି ।


ଫେରିବାର ସଂଜ୍ଞା ଯେତେବେଳେ

ଜଣେ ଜାହିର କରି ଦିଏ

ମନରୁ ଲିଭି ଯାଇଥିବା

ସେଇ ହର୍ଷୋଲ୍ଲାସର ବୀଜ ପୁନଶ୍ଚ ବୁଣେ

ମୁହଁରେ ହସ ଆପେ ଫୁଟି ଉଠେ।

ସେ ହସ କୃତ୍ରିମ ହୋଇପାରେ ନାହିଁ

ବାସ୍!

ଖୁସିର ଉପସ୍ଥିତି ହୃଦୟଙ୍ଗମ କରି ହୁଏ।


କେବେ କେହି ଆପଣା ଦୁନିଆରେ

ଆଲିଙ୍ଗନ କରି ନିଏ,

ଯେପରି ମିଳିଯାଏ କୋଟିନିଧି

ଦ୍ୱିମତ ନ ଥାଏ କି ନ ଥାଏ ସନ୍ଦେହ

ପ୍ରତ୍ୟାଗମନ ହିଁ ଯେ ଏକମାତ୍ର ବିକଳ୍ପ।


ନିରସ ମନରେ କି ତୋଳି ହେବ

ସ୍ୱପ୍ନର ଦୁନିଆ

ବାସ୍ତବିକ ଜୀବନରେ ତ ସମସ୍ତେ

ଦୁଇ ଦିନର କୁଣିଆ

ଭାବନାର ଭାସ୍କର୍ଯ୍ୟ ତୋଳି ଯେବେ

ନ ମିଳିବ କିଞ୍ଚିତ ଆଶ୍ୱାସନା

ସେତେବେଳେ ବୁଝିପାରିବ

ତୁମେ ନିଶ୍ଚିତ ଭାବରେ

ଏଇ ପ୍ରତ୍ୟାଗମନର ପ୍ରକୃତ ପ୍ରୀତିଧାରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract