STORYMIRROR

Satyabati Swain

Inspirational

3  

Satyabati Swain

Inspirational

ପ୍ରତିଶ୍ରୁତି

ପ୍ରତିଶ୍ରୁତି

1 min
317


ମିଥ୍ୟା ପ୍ରତିଶ୍ରୁତି ଦିଅ ନାହିଁ କାରେ

   ଭରସାଟି ତୁଟି ଯିବ

କା ହୃଦୟ ନେଇ ଖେଳନାହିଁ ବନ୍ଧୁ

    ହୃଦୟଟି ଭାଙ୍ଗିଯିବ।


ବିଶ୍ୱାସ ଗୋଟିଏ କଅଁଳ ପକ୍ଷୀରେ

    ଭରସା ପାଇଲେ ଆସେ

 ସ୍ନେହ ମମତା ଆଦର ସୋହାଗେ

    କିରି କିରି ହୋଇ ହସେ।


ପ୍ରତିଶ୍ରୁତି ଦେଇ କଥା ଯେ ନରଖେ

    ସୁପୁରୁଷେ ହୁଏନି ଗଣା

ଜୀବନ ଦେଇ କଥା ଯେ ରଖନ୍ତି

  ଶ୍ରେଷ୍ଠରେ ହୁଅନ୍ତି ଜଣା।


ନିଜ ସହ ଆଗ ପ୍ରତିଶ୍ରୁତିଟିଏ ବନ୍ଧୁ

    ନିଶ୍ଚୟ କରିବା ସର୍ବେ

ଭଲ ହୋଇବା ଭଲ ଶିଖିବା ଭଲ

  ଦେଖିବା ସବୁରି ଠାବେ।


ମା ,ବାବା,ଦେଶ , ପୂଜ୍ୟପୂଜା ପାଇଁ ସଦା

   ସେବା ଭକ୍ତି ଶ୍ରଦ୍ଧା ମନେ

ଅସହାୟର ଆଶାବାଡ଼ି ହେବା ପାଇଁ

    ମମତା ଜାଗୁ ପରାଣେ।


ପ୍ରତିଶ୍ରୁତି ତୋତେ ଦିଏ ଲୋ ଭାରତ ମା

    ତୋ ପାଇଁ ଏ ମୋ ଜୀବନ

ଅଦ୍ଵିତୀୟ କରିବି ଶ୍ରମ ସମୟ ସୃଷ୍ଟି ଦେଇ

     ଏହା ମୋର ପଣ ଜାଣ ।

     




   

   



   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational