STORYMIRROR

kahnu charan sahu

Inspirational

4.0  

kahnu charan sahu

Inspirational

ପ୍ରତିଶ୍ରୁତି

ପ୍ରତିଶ୍ରୁତି

1 min
41


କାହାଠାରୁ 

ଖବର ପାଇଲା ପରେ

ସରି ମରି ଧାଇଁଥିଲି ଡ଼ିଟିପି ସେଣ୍ଟର

ଜୀବନର ଗୋଟେ ଖୁସି ପାଇଁ !


କାହାଠାରୁ 

ପ୍ରତିଶ୍ରୁତି ପାଇଲା ପରେ

ମନେମନେ ଭାବି ନେଇଥିଲି ଅନେକ କିଛି

ଆସିବ କବିତା ନୂଆ ଏକ ପୃଥିବି ପୃଷ୍ଠାରେ

କବିତା ତ ନୁହଁ ଥିଲା ସମାଜର କିଛି ବ୍ୟଥା

ଯଉଠି ନିବେଦନ ଥିଲା "ହେ ଈଶ୍ୱର" ଶୀର୍ଷକରୁ !


ବିଶ୍ୱାସ ଥିଲା 

ଅଜଣା ମଣିଷର ପ୍ରତିଶ୍ରୁତିରେ

ରାହା ଧରି ବସିଥିଲା ବାଳୁଙ୍ଗା ମନ

ମୋ ଗାଁ, ମୋ ନାଆଁ 

ଆସିବ ରଙ୍ଗୀନ ମଲାଟର ଛାତିରେ !


ବାସ୍ତବରେ ବିଶ୍ୱାସ, ପ୍ରତିଶ୍ରୁତି ଭାଙ୍ଗିଯିବା 

ନୂଆ କଥା ନୁହେଁ ଆଧୁନିକ ଦୁନିଆରେ

କେତେ ଥର ଭାଙ୍ଗିବ ମନ

କେତେ ଥର ଚାହିଁବ ଆଖି ତାର ହିସାବ ନାହିଁ

ହିସାବ ରଖିବା ବି ଗୋଟେ ଭୁଲ !


ଛାଡ଼ ! 

ଛାଡ଼ିଦେବା ହିଁ ଗୋଟେ ଖୁସି

ଛାଡିଲା ପରେ ହିଁ ଆଗେଇବ ଏ ମନ

ନୂଆ ଏକ ପଥପ୍ରାନ୍ତେ !!


Rate this content
Log in

Similar oriya poem from Inspirational