STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

2  

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

ପ୍ରତିକ୍ଷା ର ହେବ ଶେଷ

ପ୍ରତିକ୍ଷା ର ହେବ ଶେଷ

1 min
3.0K

କୁହୁକୁହୁ ସ୍ବର କର୍ଣ୍ଣରେ ଶୁଭିଲା

ଆସିଲା ଫଗୁଣ ମାସ,

ସୁଲୁସୁଲୁ ବାଆ ବସନ୍ତର ଛୁଆଁ

ଓଠରେ ଫୁଟାଏ ହସ


ଧୀରେଧୀରେ ଧରା ରୂପରେ ରୂପସୀ

ନାନାଜାତି ଫୁଲ ଫଳେ,

ନୀଳନୀଳ କଇଁ ଜହ୍ନ ପ୍ରତିକ୍ଷାରେ

ଚାହିଁଥାଏ ରହି ଜଳେ


ଆମ୍ବ ବଉଳିଲା ବାସ ଚହଟିଲା

ମନରେ ଭରେ ଫୁଲକ,

କୁଆଁରୀ ଝିଅଟି ସାଥୀ ଚାହିଁଥାଏ

ଆଖିରେ ନାହିିଁ ପଲକ


ମିଳନର ଋତୁ ଆସିଛି ଧରାକୁ

ନେଇ ଯୌବନ ବେଶ,

ମନର ମଣିଷଟିଏ ମିଳିଗଲେ

ପ୍ରତିକ୍ଷାର ହେବ ଶେଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract