STORYMIRROR

sanhita mohanty

Romance

4  

sanhita mohanty

Romance

ପ୍ରତୀକ୍ଷିତ ମୁହୂର୍ତ୍ତ

ପ୍ରତୀକ୍ଷିତ ମୁହୂର୍ତ୍ତ

1 min
271

ତୁମ ସହ କିବା ସମ୍ପର୍କ ଥିଲା ମୋର 

ଡ଼ରରେ କେବେ ଛୁଇଁ ନାହିଁ ଥରେ 

କେମିତି ନେଇଗଲ ଏ ଦେହରୁ 

ମନ ପ୍ରାଣ ହୃଦୟ ଓ ଭାବନା ସବୁକିଛି 

କେବଳ ଦେହଟା ପଡ଼ି ରହିଛି ଏଇଠି 

ଅସରନ୍ତି ଶୂନ୍ୟତାକୁ 

ସାଥୀ କରି ଦେଇ  ।


ବହୁତ କିଛି ଲେଖିବି ବୋଲି 

ହାତରେ କଲମ ଧରିଲି 

ତୁମ ପାଖକୁ ଲେଖି ବସିଲେ 

ସମୁଦ୍ର ପାଣିର କାଳି 

ଆକାଶ ପରି କାଗଜର ବି 

ଅଭାବ ପଡିବ ମୋତେ

କିନ୍ତୁ ହେଲା ନାହିଁ 

ଲେଖାର ଗତିର ଧାରା 

ଅନ୍ୟ ଆଡ଼େ ବୋହି ହୋଇଗଲା  ।


ସେମିତି ରହିଗଲା

ଅକୁହା ଆଲେଖ୍ୟ

ଏ ମନର ଯେତେ ଭାବନାର ଗନ୍ତାଘର

ସାତ ତାଳ ପଙ୍କ ତଳେ 

ସୁନାର ଫରୁଆ ଭିତରେ 

ବନ୍ଦୀ ହୋଇ  ।


ରହିଥାଉ ଅପେକ୍ଷା କରି 

ବୁକୁ ଫଟା କୋହକୁ ହୃଦୟେ ଧରି

ପୁଣି କେତେବେଳେ 

କେଉଁ ଜନ୍ମରେ 

କେଉଁ ପ୍ରତୀକ୍ଷିତ ମୁହୂର୍ତ୍ତରେ 

ଖୋଲିଯିବ ହୃଦୟ ବୀଣାର 

କୋମଳ ସୁରର ଝଙ୍କାର ।


Rate this content
Log in

Similar oriya poem from Romance