ପ୍ରତୀକ୍ଷା
ପ୍ରତୀକ୍ଷା
ଦିନ ସରିଯାଏ, ରାତି ପାହିଯାଏ,
ଭାବିଭାବି ତାର ଲାଜକୁଳି ମୁହଁ,
ସନ୍ଦେହୀ ପ୍ରିୟା ମୋ, ଜମା ବୁଝେ ନାହିଁ,
ସ୍ୱାର୍ଥପର ଆଖ୍ୟା ଦିଏ ।
ଜୀବନ ଦୀପରେ, ଯୌବନ ସଳିତା,
ପ୍ରେମର ଅଗ୍ନିରେ ତା ପାଇଁ ଜଳାଇଛି,
ଦେଖା ହେଲେ ତୁମ କହି ଦବ ତାକୁ,
ମୋତେ ଦେଖି ଯିବ ଥରେ ଆସି ।
ବିରହ ବେଦନା ସହି ପାରୁନାହିଁ,
କ୍ଲାନ୍ତ ହେଲାଣି ମୋ ଶରି,
ଜୀବନ ଦୀପର କିଅବା ଭରସା,
ଆୟୁଷ ଦେବ କେବେ ଫୁଙ୍କ ମାରି ।

