ପ୍ରତୀକ୍ଷା
ପ୍ରତୀକ୍ଷା
ଠିଆ ଠିଆ , ଚାଲି ଚାଲି
ଶବ୍ଦ ଗୁଡିକୁ ଯେପରି
ବୁଝିପାରୁଥିଲି,
ପାଦ ଉଠାଇ ଚାଲୁ ଚାଲୁ
ପଡ଼ି ଯାଉଥିଲି ।
ମୋ ଧନ ଲୋ
ମାଆର ଆବେଗ
ଶାନ୍ତ କରେ ପଡ଼ିବାର କଷ୍ଟ
ଶାଶ୍ବତ କରେ ଚାଲିବାର ପ୍ରଚେଷ୍ଟା
ଚାଲୁ ଚାଲୁ ଚାଲିଗଲି
ସେଦିନ ବହୁ ବାଟ
ପଛେଇ ଚାଲୁଥିଲା ମାଆ
ଅଭୁଲା ସେ ମାତୃତ୍ଵର ନିଷ୍ଠା
ମୀରା ଅପା
ଚିଲେଇ ଡାକୁ ଥିଲା ମାଆ
ଆସ ଦେଖିବ
ଚାଲି ଶିଖିଗଲା ମୋର ଧନ,
ପ୍ରତୀକ୍ଷା ର ପରିସମାପ୍ତି ପ୍ରାୟ
ଆନନ୍ଦରେ ବିହ୍ୱ୍ଵଳିତ
ସପ୍ରସନ୍ନ ମୋ ବଦନେ
ତୋଳି ଥିଲା ସହସ୍ର ଚୁମ୍ବନ।
ସେ ଦିନ ମାେ ମୁଖ ନିସୃତ
ପ୍ରଥମ ଶବ୍ଦ ମାା
ହୃଦୟରେ ନବ ଶିହରଣ
ସଜଳ ନୟନେ ଆନନ୍ଦର ଅଶ୍ରୁ
ଦୁଇ କରେ ଦୁଇ ହସ୍ତ ଟେକି
ତୋଳି ନେଲ ଉଷ୍ମ ବକ୍ଷ ସ୍ଥଳେ,
ଓଃ କି ତୃପ୍ତି
ମାତୃତ୍ଵର ବିଜୟ ଘୋଷଣା
ଅନ୍ୟ ଏକ ପ୍ରତୀକ୍ଷାର
ପରି ସମାପ୍ତିରେ।
ବିଦ୍ୟା ଆରମ୍ଭରେ
ହାତ ଧରି ଶିିକ୍ଷା ଦେଲ
ବ୍ରହ୍ମା, ବିଷ୍ଣୁ , ମହେଶ୍ୱର,
ରୋଗ ଶଯ୍ୟାରେ
ତୁମ ହାତ ଅମୃତ ପରଶ
ହରି ନିିଏ ସବୁ କଷ୍ଟ
ମନ ଓ ଶରୀର ର ।
ବଡ ହେଲିି ପାଠ ପଢିଲି
ଉପାର୍ଜନ କଲି ଉଚ୍ଚ ଶିକ୍ଷା,
ଭୁଲି ନାହିଁ ଭୁଲିପାରିବିନି
ଅଭୁଲା ସେ ଦୀକ୍ଷା।
ମା, ମାତୃଭୂମି, ମାତୃଭାଷା
ସ୍ଵର୍ଗ ରୁ ଉର୍ଦ୍ଧରେ,
ପ୍ଲାବିତ କରିବି ତାଙ୍କ ନାମ
ପ୍ରତିଟି ହୃଦରେ।
ଶେଷ ପ୍ରତୀକ୍ଷା ମାାଆ ର,
ଭୁଲି ହେବ ନାହିଁ
ଦେଖୁ ଥିବି ସବୁୁଦିନ
ତା ଓଠର ହସ ଦୁଇ ଧାର।