Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KALANDI JENA

Others

4.5  

KALANDI JENA

Others

ସତ କହିବାକୁ କିଆଁ ଡରିବି

ସତ କହିବାକୁ କିଆଁ ଡରିବି

1 min
626


କହିଲେ କହିବେ କହିଲା 

ନ କହିଲେ କହିବେ  ଓଲା।


କହିଲେ କହିବେ କଲା ପାଟି 

ନ କହିଲେ ପତର ଯିବ କାଟି।


କହିଲେ କହିବେ ଟାଉଟର 

ନ କହିଲେ କରୁଛି କଦର।


କହିଲେ କହିବେ ଛତରା,

ନ କହିଲେ କହିବେ ବାତରା।


କହିଲେ କହିବେ ବଦମାସ,

ନ କହିଲେ କରିବେ ଅବିଶ୍ବାସ।


କହିଲେ କହିବେ ଚଗଲା,

ନ କହିଲେ କହିବେ ପାଗେଲା।


କହିଲେ କହିବେ ଗଲା ବଢ଼ି,

ନ କହିଲେ ଉପରେ ଯିବେ ଚଢି।


କହିଲେ ପାଖକୁ ଆସିବେନି,

ନ କହିଲେ ହିସାବରେ ରଖିବେନି।


ବହୁତ କହିଲେ ଚାତୁରି 

କମ୍ କହିଲେ ମଧୁରୀ।


କହିଲେ କୁହନ୍ତୁ ଯାହା ମୋତେ 

ସତ କହିବାକୁ ଡର ନାହିଁ ମୋଟେ।



Rate this content
Log in