Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KALANDI JENA

Others

4.0  

KALANDI JENA

Others

ସିଂହ ଛୁଆ

ସିଂହ ଛୁଆ

1 min
200



ମେଷ ମେଳେ ରହି

ସିଂହ ଛୁଆ ଖାଉଥିଲା ଘାସ,

କଷ୍ଟ ତ ଲାଗୁଥିଲା

ଠିକ ରେ ଖାଇ ପାରୁନଥିଲା

ବାନ୍ତି ବି ହୋଇଯାଉଥିଲା

କେବେକେବେ ହେଉଥିଲା କାଶ।


କିନ୍ତୁ ବାଧ୍ୟ ସିଏ

କରିଥାଆନ୍ତା ବା କଅଣ?

ସମସ୍ତେ ତ ଖାଉଥିଲେ

କ୍ଷୁଧା ବି ଲାଗୁଥିଲା

ପେଟ ଜ୍ଵାଳା ନିବାରଣ ପାଇଁ

ଏହା ଥିଲା ବିକଳ୍ପ ପ୍ରୟାସ।


ମୁହଁ ଟେକି

ବେଳେ ବେଳେ ଦେଖୁଥିଲା

ମେଷ ମାନଙ୍କ ଆନନ୍ଦ ଭୋଜନ

ଆଉ ଭାବୁଥିଲା ନିଜ ବ୍ୟତିକ୍ରମ

ପ୍ରଚେଷ୍ଟା ଅବ୍ୟାହତ ଥିଲା ତାର

ମେଣ୍ଟାଇବା ପାଇଁ କ୍ଷୁଧା ଅବଶୋଷ।


ମାଆ କଥା ଶୁଣି

ନିଜ ପ୍ରତିବିମ୍ବ ଦେଖି

ଏବେ ସିଏ ପାଇଗଲାଣି

ନିଜ ହୃତ ପରିଚୟ

ସିଂହ ସିଏ 

ନୁହଁ ସିଏ କ୍ଷୁଦ୍ର ଜୀବ ମେଷ।


ଏବେ ସିଏ ରହୁନାହିଁ

ଆଉ ମେଷ ମେଳେ

ଖାଉନାହିଁ ଗଛପତ୍ର

ମାଆ ସଙ୍ଗେ ରହିଲାଣି

ସିଂହ ମାନଙ୍କ ଗୁମ୍ଫା ରେ

ଖଉଅଛି ସୁସ୍ୱାଦୁ ମାଉଁସ।


ଏବେ ସେ ବୁଝି ସାରିଲାଣି

ମେଷ ଓ ସିଂହ ରେ ଫରକ

ସେଦିନ ଭୋଜନ ରେ କଷ୍ଟ

ଏବେର ଭୋଜନ ରେ ପରିତୃପ୍ତି

ସିଏ ଆଉ ଘାସ ଖାଉ ନାହିଁ

ମାଂସ ପ୍ରତି ବଢ଼ିଛି ବିଶ୍ବାସ।


କିନ୍ତୁ

ବୋଧହୁଏ ଦୀର୍ଘ ଦିନର ସମ୍ପର୍କ

ଭାଇଚାରା ର ନିବିଡ଼ତା ପାଇଁ

ପୁରୁଣା ଅଭ୍ୟାସ ଟା 

ଉଙ୍କିମାରେ ହୃଦେ

ବାନ୍ତି ହେଉପଛେ

ବେଳେ ବେଳେ ଖାଇଦିଏ ଘାସ।



Rate this content
Log in