ସ୍ମୃତି
ସ୍ମୃତି
ସମୟର ସ୍ରୋତ ମଧ୍ୟେ
ଦ୍ରବିଭୁତ ସ୍ମୃତି ର କଣିକା
ମନର ଛଣା ଜାଗଜେ
ଧରି ବି ଧରି ପାରୁନି ସବୁକୁ,
ବିସ୍ମୃତୀ ର ରନ୍ଧ୍ରେ ବିଲୋପନ
ଦଗ୍ଧ କରେ ହୃଦୟ, ପ୍ରାଣକୁ।
ଝରକା ର ବିପରୀତ ପାର୍ଶ୍ୱେ
ଦୃଷ୍ଟି ମୋର ଅନତି ଦୂରରେ
ଭାବନା ମାେ ଅଟକି ଯାଇଛି
ଚାକୁଣ୍ଡା ର ମୋଟା ଡାଳେ,
କନ୍ୟା ମୋର ଦୋଳି ଖେଳୁଅଛି
ସଜହୋଇ ସାଙ୍ଗ ସାଥି ମେଳେ।
ସାଉଁ ଟା ସ୍ମୃତି ର କଣିକା
ଅସ୍ପଷ୍ଟ ରୂପରେଖ ତାର
ଉଙ୍କି ମାରେ ମନ ଅଗଣାରେ
ରଜବେଳ ଆଉ ମୋ ପିଲାଦିନ,
ସାଙ୍ଗସାଥୀ ମେଳେ ଖେଳକୁଦ
ବୋଉ ପାଶେ ଅଭିଯୋଗ ମାନ।
ବୋଉଲୋ.......
ନାନିପାଇଁ ନୂଆ ଡ୍ରେସ୍
ମାେ ପାଇଁ କାହିଁକି ନାହିଁ?
କନ୍ଦୁଥାଇ ଯିଦିକରି
ଆଖିରେ ମାେ ଲୁହଧାର,
କୋଳକୁ ତା ଟାଣି ନେଇ
ଏ ପର୍ବ ପରା ଝିଅ ମାନଙ୍କର।
ନଈକୂଳ ପଠା ପରେ
ବାଗୁଡ଼ି କବାଡି ଖେଳ
ବାଟି ଓ ଡାଗର ପୁଅ
ବାରଣ୍ଡାରେ ତାସ ଖେଳ,
ଭୋକ ଶୋଷ ଭୁଲି ହୋଇଯାଏ
କେତେବଳେ ଚାଲିଯାଏ ବେଳ।
ବାବା....
ତୁମ ବେଳର ରଜପର୍ବ
ଏମିତି ନା ଆଉକିଛି
ଭାବନାରେ ପୂର୍ଣ୍ଣଚ୍ଛେଦ
ଦୁନିଆଁ ପରିବର୍ତ୍ତନଶୀଳ,
ବର୍ତ୍ତମାନ ଯାହା ଚାଲୁଅଛି
ତା ସହିତ ଖୁସି ଖୁସି ଚାଲ।