STORYMIRROR

Bijaya Ketan Sahu

Inspirational Others

2  

Bijaya Ketan Sahu

Inspirational Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
13.5K


ପ୍ରତୀକ୍ଷା

*******

ବିଜୟ କେତନ ସାହୁ

**

ପ୍ରେମ ଅଞ୍ଜନରେ ଛୁରିତ ସଦା ମୋର ନେତ୍ର।

ତବ ବିରହେ କମ୍ପମାନ ମମ ଏଇ ଗାତ୍ର।।

ତୁମରି ପ୍ରଣୟ ପ୍ରମତ୍ତେ ମନ ମୋ ଅଧୀର।

ନୀରବେ ନୀରତେ ନୟନୁ ବହେ ଅଶ୍ରୁନୀର।।

ଅସୁମାରୀ ଆଶାରେ ବାତାୟନେ ଚାହିଁ ଦେଖେ।

କେବେ ଆଗମନୀ ହେବ ତବ ମମ କକ୍ଷେ??

ବିନୀଦ୍ର ଯାଇଅଛି ମୋର କେତେ ଯେ ରଜନୀ।

ଶୁଣିବି ବାରେ ବୋଲି ତବ ମଧୂ ବଂଶୀଧ୍ଵନୀ।।

ଅସହ୍ୟ ହେଲାଣି ମୋତେ ଏ ବିରହ ଯାତନା।

କେବେ ପୂର୍ଣହେବ ହରୀ ମୋ ମନ-କାମନା??

ସଜାଇ ରଖିଛି ପ୍ରଭୁ ଏ ହୃଦୟ ମନ୍ଦିର।

ବିଜେ ହୁଅ ହେ ଦୟାମୟ ମିନତୀ ମୋହର।।

ତୁମରି ଦର୍ଶନେ ମୋର ବ୍ୟକୁଳିତ ଏ ମନ।

ଆସ ହେ ପ୍ରାଣବଲ୍ଲଭ କରେ ମୁଁ ନିବେଦନ।।

ଶ୍ରୀଚରଣରେ କରେ ପ୍ରଭୁ ଏଇ କୃପାଭିକ୍ଷା।

ଅନ୍ତ କର ହେ ଅନନ୍ତ, ଏ ସୁଦୀର୍ଘ ପ୍ରତୀକ୍ଷା।।

****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational