STORYMIRROR

Prabhati Mahapatra

Inspirational Others Children

3  

Prabhati Mahapatra

Inspirational Others Children

ପ୍ରତୀକ୍ଷା

ପ୍ରତୀକ୍ଷା

1 min
114


ଶ୍ରବଣେନ୍ଦ୍ରିୟ ଆଜି ସ୍ଥାଣୁ

ଅପେକ୍ଷାରେ ଆଖି ଦୁଇଟି ନିସ୍ତେଜ

କେବେ ଫେରିବ ସୁସ୍ଥ ମାନସିକ ।


ଔଦାସୀନ୍ୟ ଭାବନା କେବେ ହେବ ଉତ୍ସର୍ଗ

ପ୍ରକୃତିର ସୌନ୍ଦର୍ଯ୍ୟ ରୂପକ ଡେଣା କାଟି

ଶକ୍ତିଶାଳୀ ନୀଚ ଭାବଧାରା ଲୋକେ

ଆଜି ସ୍ବପ୍ନର ମହଲ କରିବାରେ ସଫଳ ।


ସତରେ ଭଲ ଲୋକ ଉହାଡେ ନଗ୍ନ ଖେଳ

ବଣ୍ୟ ଜୀବ ଜନ୍ତୁଙ୍କ କ୍ଷୁଧାବର୍ଦ୍ଧକ ବୃକ୍ଷ

ଆଜି ଶ୍ରୀହୀନ

ଜଙ୍ଗଲ ଜାତ ମୂଲ୍ୟବାନ ପଦାର୍ଥ ଧ୍ୱସ୍ତ ।


ଉଚ୍ଚ ଆସନେ ଉପବିଷ୍ଟ ପଦାଧିକାରୀ

ଧୃତରାଷ୍ଟ୍ର ପରି କ'ଣ ନିରୁପାୟ ?

ଲୋକଙ୍କର ସୌକୀନ ସଙ୍ଗେ ଦୁରଭିସନ୍ଧି

ଜଙ୍ଗଲ ପ୍ରେମିଙ୍କ ଆଶା ସବୁଜିମା ଦୃଶ୍ୟ 

ଯାହା କି ଧୀରେ ଧୀରେ ବିଲୁପ୍ତ ପ୍ରାୟେ ,

ଏଇ ମନର ଆଶା 

ଏଇ ପ୍ରାଣର ପ୍ରତୀକ୍ଷା

କେବେ ଅରଣ୍ୟ ସୁରକ୍ଷା ପାଇବ

ଶୁଦ୍ଧ ବାୟୁ ମଣ୍ଡଳ ସୃଷ୍ଟି ହେବ

ଅଙ୍ଗାରକାମ୍ଳ ଲୁଟି 

ଭରି ଦେବ ଅମ୍ଳଜାନର ଗନ୍ତାଘର ।


କେବଳ ସମୟକୁ ପ୍ରତୀକ୍ଷା !



Rate this content
Log in

Similar oriya poem from Inspirational